ରାଜଧାନୀରେ ଓଏଫ୍‌ଏସ୍‌ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଡ଼ିଶା ଫାଇନାନ୍ସ ସର୍ଭିସ( ଓଏଫ୍ଏସ୍)ର ଜଣେ ଅଧିକାରୀ।

ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନ ରୁ ମୃତ ଦେହ ଉଦ୍ଧାର କରାଯାଇଛି । ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବଲାଙ୍ଗୀର ଜିଲାର ଟିଟିଳାଗଡ଼ ଅଞ୍ଚଳର ଅଭିଳାଶ ସ୍ବୂରପ ମହାପାତ୍ର ନୂତନ ଭାବେ ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ରେ ନିଯୁକ୍ତି ପାଇଥିଲେ। ଆଜି ଓଏଫ୍‌ଏସ୍‌ ଅଫିସର ଭାବେ ଚାକିରିରେ ଯୋଗଦେଇଥାନ୍ତେ। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅଭିଳାଶ ପତ୍ନୀଙ୍କ ସହ ଡୁମୁଡୁମା ଅଞ୍ଚଳରେ ରହୁଥିଲେ। ଖଣ୍ଡଗିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଚାକିରିରେ ଯୋଗଦାନ ଗୋଟିଏ ଦିନ ପୂର୍ବରୁ ନବନିଯୁକ୍ତ ଓଏଏଫ୍‌ ଅଫିିସଅଭିଳାଶ ସ୍ବରୂପ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଓଡ଼ିଶା ଫାଇନାନ୍ସ ସର୍ଭିସ୍‌(ଓଏଫ୍‌ଏସ୍‌) ଚାକିରିରେ ଯୋଗଦୋର ଥିଲା। ହେଲେ ତା’ର ଗୋଟିଏ ଦିନ ପୂର୍ବରୁ ଗତକାଲି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁସାରରେ ଅଭିଳାଶଙ୍କ ପୈତୃକ ଘର ଟିଟିଲାଗଡ଼ରେ, କିନ୍ତୁ ସେ ରାଜଧାନୀ ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ପତ୍ନୀଙ୍କ ସହିତ ରହୁଥିଲେ। ଅଭିଳାଶ ପୂର୍ବରୁ ଏକ ବ୍ୟାଙ୍କରେ ଚାକିରି କରିଥିଲେ। କିଛି ମାସ ତଳେ ସେ ଓଏଫ୍‌ଏସ୍‌ ପାଇଥିଲେ।

ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। କୁହାଯାଉଛି ପରିବାର ସଦସ୍ୟଙ୍କ ସହିତ କଳହ ପରେ ସେ ଏକ ରୁମ୍‌ ଭିତରକୁ ଯାଇ ଭିରପଟୁ କବାଟ କିଳି ଦେଇଥିଲେ। କବାଟ ବାଡେଇ ଡାକିବାରୁ ନ ଶୁଣିବାରୁ ପରିବାର ଲୋକେ ଘର କବାଟ ଭାଙ୍ଗିଥିଲେ। ହେଲେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ଖଣ୍ଡଗିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପାରିବାରିକ କହଳରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *