ବିହାରରେ ନେତା ଚୟନ ଲାଗି ଆଜି ଦିନ୧୨. ୩୦ରେ ‘ଏନଡିଏ’ର ବୈଠକ

ବିହାର, (ଓଡିଶା ଟାଇମ୍) : ବିହାରରେ ସରକାର ଗଠନ ଲାଗି ଆଜି ପାଟନାଠାରେ ନବନିର୍ବାଚିତ ଏନ୍‍ଡିଏ ବିଧାୟକଙ୍କ ବୈଠକ ବସୁଛି । ଏହି ବୈଠକରେ ଏନ୍‍ଡିଏ ଅନ୍ତର୍ଗତ ବିଜେପି, ଜେଡିୟୁ., ହିନ୍ଦୁସ୍ତାନୀ ଆୱମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟିର ନିର୍ବାଚିତ ସଦସ୍ୟମାନେ ଯୋଗଦେବେ। ନୀତିଶ କୁମାର ବିଧାୟକ ଦଳ ନେତା ନିର୍ବାଚିତ ହେବା ଥୟ  ହୋଇଛି।

ରାଜ୍ୟରେ ନୂତନ ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଚୟନ ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଆଜିର ବୈଠକରେ ବାଚସ୍ପତି ଚୟନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ତେବେ ଏନ୍‍ଡିଏ ବୈଠକ ପୂର୍ବରୁ ବିଜେପି, ଜେଡିୟୁ., ହିନ୍ଦୁସ୍ତାନୀ ଆୱମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟିର ପୃଥକ୍‍ ପୃଥକ୍‍ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ଏହି ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟି ଏନ୍‍ଡିଏ-ଜେଡିୟୁ. ସରକାର ଗଠନ ପାଇଁ ସେମାନଙ୍କର ସମର୍ଥନ ପତ୍ର ପ୍ରଦାନ କରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ସରକାର ଗଠନ ନେଇ ଏନ୍‍ଡିଏ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି। ସେହି ଦୃଷ୍ଟିରୁ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍‍ଡିଏକୁ ଆମନ୍ତ୍ରଣ କରିବେ। ଆସନ୍ତାକାଲି ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *