ଶପଥ ନେଲେ ଦୁଇ ନବନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ବିଜୟ ଶଙ୍କର ଦାସ
ଭୁବନେଶ୍ବର, (ଓଡିଶା ଟାଇମ୍) :ଶପଥ ନେଲେ ନବନିର୍ବାଚିତ ୨ ବିଧାୟକ । ବିଧାନସଭା ପରିସରରେ ଶପଥ ନେଲେ ୨ ନବନିର୍ବାଚିତ ବିଧାୟକ ସ୍ବରୂପ ଦାସ ଓ ବିଜୟ ଶଙ୍କର ଦାସ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି । ସେପେଟ ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକ ବସିଛି ।
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । କରୋନା ମହାମାରୀ କଟକଣା ସମୟରେ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, କିଭଳି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ବିଧାନସଭା ପରିସରରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ସହ ସହଯୋଗ ଲୋଡ଼ିବେ ବାଚସ୍ପତି। ଶୀତ ଅଧିବେଶନରେ ପ୍ରଶ୍ନକାଳ ଉପରେ ଆଲୋଚନା ହେବ କି ନାହିଁ, ସେନେଇ ମତ ନିଆଯିବ । ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା। ସେହିପରି ସର୍ବଦଳୀୟ ବୈଠକ ପୂର୍ବରୁ ଆଜି ତିର୍ତ୍ତୋଲ ଓ ବାଲେଶ୍ୱରର ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।