ନ୍ୟୁୟର୍କରେ ଗୁଳିକାଣ୍ଡ, ୧୦ ଜଣଙ୍କୁ ହତ୍ୟା କଲା ଆତତାୟୀ
ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍):ଆମେରିକାରେ ଭୟଙ୍କର ଗୁଳିକାଣ୍ଡ । ନ୍ୟୁୟର୍କର ଏକ ସୁପର ମାର୍କେଟରେ ଶନିବାର ରାତିରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏଫବିଆଇ ମଧ୍ୟ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।
ରିପୋର୍ଟ ଅନୁସାରେ, ନ୍ୟୁୟର୍କରେ ଥିବା ଟପ୍ ଫ୍ରେଣ୍ଡଲୀ ସୁପରମାର୍କେଟରେ ହଠାତ ଜଣେ ଆତତାୟୀ ପଶି ମନଇଚ୍ଛା ଗୁଳିମାଡ କରିଥିଲା । ଏଥିରେ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ତେବେ ଗୁଳିମାଡରେ ପ୍ରାୟ ୮ ଜଣ ପ୍ରାଣ ହରାଇଛନ୍ତି । ଏହାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଗୁଶି ଚଳାଇଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିଛି ।ଆମେରିକୀୟ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ବିଭିନ୍ନ ଦିଗରୁ ତଦନ୍ତ ହେଉଛି । ଘୃଣା କାରଣରୁ ଆତତାୟୀ ଏପରି ଅପରାଧ ଘଟାଇ ଥାଇପାରେ । ଶୁକ୍ରବାର ମଧ୍ୟ ଡିଅର ଜିଲ୍ଲାରେ ୩ ଜଣଙ୍କୁ ଗୁଳି କରିଦିଆଯାଇଥିଲା । ସେମାନଙ୍କ ଚିକିତ୍ସା ଚାଲିଛି ବୋଲି ସେ କହିଛନ୍ତି ।