୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲଟିରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍, ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ଯରେ କରୋନା ପାଇଁ ରାଜ୍ୟ ସରକାର କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବା ପାଇଁ ଜାରି କରିଛନ୍ତି । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ । ରାଜ୍ୟରେ ସବୁଠି ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ,ସିନେମା ହଲ୍, ସ୍ୱିମିଂ ପୁଲ ଆଦି ବନ୍ଦ ରହିବ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ସେହିପରି ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ଆଦି ଖୋଲାଯିବ ନାହିଁ । କିନ୍ତୁ ଏହି ସମୟରେ ପରୀକ୍ଷା ହେବ, ଖାତା ଦେଖା ହେବ । ଅଗଷ୍ଟ ୫ରୁ ଯୋଗ ସେଣ୍ଟର, ଜିମ୍ ଖୋଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସଆରସି ପ୍ରଦୀପ ଜେନା ।
ପ୍ରଦୀପ ଜେନା ଅନଲକ୍ ୩ ଗାଇଡଲାଇନ୍ ସମ୍ବନ୍ଧରେ କହିଛନ୍ତି ଯେ, କରୋନା ଯୋଦ୍ଧା ଯେଭଳି କାମ କରୁଛନ୍ତି ତାହା ପ୍ରଶଂସନୀୟ । ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ । କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବ । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ । କିନ୍ତୁ ରାଜ୍ୟରେ ସବୁଠି ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।ଆନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସ୍ୱିମିଂ ପୁଲ , ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ଆଦି ବନ୍ଦ ରହିବ । କିନ୍ତୁ ଏହି ସମୟରେ ପରୀକ୍ଷା ହେବ, ଖାତା ଦେଖା ହେବ ।
ଅଗଷ୍ଟ ୫ରୁ ଯୋଗ ସେଣ୍ଟର, ଜିମ୍ ଖୋଲିବ । ତେବେ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ । ତେବେ ରାତି ୯ରୁ ସକାଳ ୫ଟା ଯାଏଁ ଦୋକାନ, ବଜାର, ସାଧାରଣ ଚଳାଚଳ ଉପରେ କଟକଣା ଲାଗିଛି । କେବଳ ଜରୁରୀକାଳିନ ସେବା ଜାରି ରହିବ । ନାଇଟ୍ କର୍ଫ୍ୟୁ ପାଇଁ ରାସ୍ତା କଡ ଢାବା ଖୋଲା ରହିବ । ତେବେ ବସିକି ଖାଇ ହେବ ନାହିଁ । ଗଣମାଧ୍ୟମ କର୍ମଚାରୀଙ୍କୁ ପାସ୍ ମିଳିବ ।
ସେ ଆହୁରି କହିଛନ୍ତି ଯେ, ସାଧାରଣ ସ୍ୱାସ୍ଥ୍ୟକୁ ନଜରରେ ରଖି ଗଞ୍ଜାମ, ଖୋର୍ଧା, କଟକ ଓ ରାଉରକେଲା ମ୍ୟୁନିସିପାଲରେ ଅଗଷ୍ଟର ଶନିବାର ଓ ରବିବାର ସଟଡାଉନ୍ ରହିବ । କେବଳ ୧ ଓ ୨ ତାରିଖରେ ଦିନ ୧ଟାରୁ ସଟଡାଉନ୍ ରହିବ । ଏହି ଦୁଇଦିନ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଅଫିସ୍ ଚାଲିବ । ସଟଡାଉନରେ ଜରୁରୀକାଳିନ ସେବା ଜାରି ରହିବ ।
ଜରୁରୀକାଳିନ ସେବା ଯୋଗାଉଥିବା କର୍ମଚାରୀ ମଧ୍ୟ ଯାତାୟାତ କରିପାରିବେ । ପେଟ୍ରୋଲ ପମ୍ପ ଖୋଲା ରହିବ । ସଟଡାଉନ୍ ସମୟରେ ଟେଲିକମ୍, ବିଜୁଳି ସେବା, ସରକାରୀ ଅଧିକାରୀ ଆଦି ନାଇଟ୍ କର୍ଫ୍ୟୁ ସମୟରେ ଯାଇପାରିବେ । ସାଧାରଣ ବ୍ୟକ୍ତି କେବଳ ଜରୁରୀକାଳିନ କାମରେ ଯାଇପାରିବେ । ଔଷଧ ଦୋକାନର କର୍ମଚାରୀମାନେ ଯାଇପାରିବେ । ଓଲା, ଉବେର ଆଦି ବିମାନ ବନ୍ଦର ଓ ଷ୍ଟେସନରୁ ଗନ୍ତବ୍ୟସ୍ଥଳୀକୁ ଯାଇପାରିବେ । ତେବେ ବୋର୍ଡିଂ ପାସ୍କୁ ମୁଭମେଣ୍ଟ୍ ପାସ୍ ବିବେଚନା ହେବ । ପରିବହନ ସେବା ଜାରି ରହିବ । ବସ୍ ଟର୍ମିନାଲ, ଷ୍ଟେସନ, ବିମାନ ବନ୍ଦର କର୍ମଚାରୀ କାମ କରିପାରିବେ । ଖାଦ୍ୟ ଓ ରାସନ ସାମଗ୍ରୀର ହୋମ୍ ଡେଲିଭରୀ ହେବ ।
ସେ ଆହୁରି କହିଛନ୍ତି ଯେ, ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ରାଜ୍ୟ ବାହାରୁ କେହି ୩ ଦିନରୁ କମ୍ ସମୟ ପାଇଁ ଆସିଲେ କ୍ୱାରେଣ୍ଟାଇନରେ ରହିବେ ନାହିଁ । ଅନ୍ୟାମାନଙ୍କ ପାଇଁ ନିୟମ ଲାଗୁ ହେବ ।
ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି ଯେ, ଲୋକଙ୍କ ଜୀବନର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସକ୍ରିୟ ହାର କମ୍ ଅଛି । ସୁସ୍ଥ ହାର ଅଧିକ ରହିଛି । ପ୍ରାୟ ସାଢେ ୪ ମାସ ହେଲା କରୋନା ମୁକାବିଲାରେ ଭଲ ଫଳ ମିଳିଛି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ହଟସ୍ପଟ୍ ଅଞ୍ଚଳରେ ପଜିଟିଭ୍ ହାର କମିଛି । ଧିରେଧିରେ କିଛି ଜିଲ୍ଲା ଗ୍ରୀନ୍ ଜୋନ୍ ହେଉଛି । ଏବେବି ଅନେକ ଚ୍ୟାଲେଞ୍ଚ ରହିଛି । ଏହାର ଚିକିତ୍ସା ପ୍ରଣାଳିକୁ ନେଇ ଦ୍ୱନ୍ଦ୍ୱ ରହିଛି । ଏବେ ବେଶୀ କଟକଣା ନାହିଁ ।
ରାଜ୍ୟକୁ ଟ୍ରେନ୍ ଓ ବିମାନ ଆସୁଛି । ଦୈନିକ ପ୍ରାୟ ୬ ହଜାର ଯାତ୍ରୀ ଓଡିଶାକୁ ଆସୁଛନ୍ତି । ଆଗକୁ ଆହୁରି କଟକଣା ମୁକ୍ତ କରିବାକୁ ହେବ । ଅର୍ଥନୀତିର ଗତି ବଢାଇବାକୁ ପଡିବ । ଜୀବନ ଜୀବିକା ସାଧାରଣ କରିବାକୁ ପଡିବ । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ୯୦ ପ୍ରତିଶତ ଏହାକୁ ମାନୁଛନ୍ତି । ଅନେକ କଟକଣା ସତ୍ୱେ ମୃତ୍ୟୁ ହେଉଛି । ଯେଉଁମାନେ କଟକଣା ମାନୁ ନାହାଁନ୍ତି ସେମାନେ ବିପଦ ଆଣୁଛନ୍ତି ।
ପୂର୍ବଭଳି ସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍ ପଡିବ । ଏପରିକି ମାସ୍କ ନପିନ୍ଧିଲେ ପ୍ରଥମ ଦୁଇଥରରେ ୧୦୦ ଟଙ୍କା ଓ ତୃତୀୟ ଥର ୫୦୦୦ ଟଙ୍କା ଫାଇନ୍ ପଡିବ । ବିବାହ ପାଇଁ ଏବେ ଆଇନ ନମାନିଲେ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଏପରିକି ବିବାହ ମଣ୍ଡପ ସିଲ୍ ହେବା ନେଇ ମଧ୍ୟ ନିୟମ ହେବ । ୧୦ ଜଣଠୁ ବେଶୀ କୌଣସି ସାଧାରଣ ସ୍ଥାନରେ ଗହଳି କରିପାରିବେ ନାହିଁ । ନିୟମ ନମାନିଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ ।