ସାଇକୋ ଲେଡି ମୋ ପୁଅକୁ ମାରିଛି : ଆଦିତ୍ୟଙ୍କ ମା’
ଭୁବନେଶ୍ବର, (ଓଡିଶା ଟାଇମ୍): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ଦିର୍ଘ ଦିନ ବ୍ୟବଧାନରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପାଙ୍କ ପରେ ଆଜି ଆଦିତ୍ୟଙ୍କ ମା’ ମୁହଁ ଖୋଲିଛନ୍ତି। ପୁଅର ମୃତ୍ୟୁ ପଛରେ ସେହି ସାଇକୋ ଲେଡିର ହାତ ଥାଇପାରେ ବୋଲି ତାଙ୍କ ମା’ ଆଜି ଗଣାମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି।
ସମ୍ପୃକ୍ତ ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ମା ‘ ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି , ‘ ଆଦିତ୍ୟଙ୍କ ମୃତ୍ୟୁ ପଛରେ ସଂପୃକ୍ତ ଯୁବତୀଙ୍କ ହାତ ଥୁବା ସନ୍ଦେହ କରାଯାଉଛି । ଆଦିତ୍ୟଙ୍କୁ ସେ ଏକତରଫା ଭଳ ପାଉଲେ ବାହା ନ ହେଲେ ହାତ କାଟି ଆତ୍ମହତ୍ୟା କରିବି ବୋଲି ମଧ୍ୟ ଧମକ ଦେଉଥିଲେ
‘ ଆଦିତ୍ୟଙ୍କ ମା ‘ ଆହୁରି କହିଛନ୍ତି , ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ନିର୍ବନ୍ଧ ଦିନ ସେ ଖୋଲାଖୋଲି ଧମକ ଦେଇଥିଲେ ହାତ କାଟି , ଗୋଡ଼ କାଟି ଆତ୍ମହତ୍ୟା କରିବି ବୋଲି କହିଥିଲେ ଆଦିତ୍ୟଙ୍କୁ ଧମକ ଦେଇ ଯୁବତୀ ଜଣକ କହିଲେ , ଠିକ୍ ଜାଗାରେ ଠିକ୍ ଲୋକ ପହଞ୍ଚି ତୋତେ ମାରିବେ । ‘ ଆମେ ସନ୍ଦେହ କରୁଛୁ , ମୋ ପୁଅ ମୃତ୍ୟୁ ପଛରେ ତା’ର ( ସମ୍ପୃକ୍ତ ଯୁବତୀ ) ହିଁ ସମ୍ପୃକ୍ତି ଅଛି । ଏନେଇ ସବୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ ଓ ଦୋଷୀକୁ ଫାଶୀ ମିଳୁ ବୋଲି ଆଦିତ୍ୟଙ୍କ ମା ‘ କହିଛନ୍ତି ।