ଆଫଗାନିସ୍ତାନକୁ ଛାଡୁନି ବିପଦ: ଭୂକମ୍ପର ଝଟକାରେ ଦୋହଲିଲା ମାଟି
କାବୁଲ, (ଓଡିଶା ଟାଇମ୍): ଆଜିକାଲି ଆଫଗାନିସ୍ତାନରେ ଖସିପଡିଛି ବିପଦର ପାହାଡ । ଦିନିକୁ ଦିନ ନୂଆ ନୂଆ ବିପଦ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଶରେ ଲାହଗିରହିଥିବା ଉତ୍ତେଜନା ମଧ୍ୟରେ ଅନୁଭୂତ ହୋଇଛି ଭୂକମ୍ପ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦର ୮୩ କିଲୋମିଟର ଦକ୍ଷିଣ ପୂର୍ବରେ ଅବସ୍ଥିତ ।
ମଙ୍ଗଳବାର ସକାଳ ୬.୦୮ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କୌଣସି ଧନ ଜୀବନ ନଷ୍ଟ ହୋଇନି କି କାହାର କିଛି କ୍ଷୟକ୍ଷତି ହୋଇନି । ଯେତେବେଳେ ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ । ପରିସ୍ଥିତି ଏପରି ହୋଇଥିଲା କି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।