ରାଜ୍ୟ ବିଜେପିର ନୂଆ ଟିମ୍‌: ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ,୯ ସମ୍ପାଦକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଦେଶ କ୍ରମେ ଏହି ଟିମ୍‌ ଗଠନ କରାଯାଇଛି।  ରାଜ୍ୟ   ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵରେ ଏହି ଟିମ୍‌ କାର୍ଯ୍ୟ କରିବ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀ ମହାନ୍ତିଙ୍କ ଏହି ନୂଆ ଟିମ୍‌ରେ ୧୦ଜଣ ଉପସଭାପତି, ୯ଜଣ ସମ୍ପାଦକଙ୍କ ସମେତ ୫ ଜଣ ସାଧାରଣ ସମ୍ପାଦକ ରହିଛନ୍ତି। ୭୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି। ୩୦ଜଣଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟଭାବେ ଗ୍ରହଣ କରାଯାଇଥିବା ବେଳେ ୧୬୧ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି।

ରାଜ୍ୟର ୧୦ଜଣ ନେତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ଏମାନେ ଗଣମାଧ୍ୟମକୁ ଦଳର ଆଭିମୁଖ୍ୟ କହିବା ପାଇଁ ସ୍ଵିକୃତୀପ୍ରାପ୍ତ।

ଲିଙ୍ଗଗତ ସାମ୍ୟ ଲକ୍ଷ୍ୟ

ଉପସଭାପତି ଭାବେ ସଙ୍ଗୀତା  ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝି, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ, ଭ୍ରୁଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ ପାଣିଗ୍ରାହୀଙ୍କୁ ସାମିଲ୍‌ କରାଯାଇଛି। ଅର୍ଥାତ୍‌ ୧୦ ଜଣିଆ ଉପସଭାପତି ଟିମ୍‌ରେ ୫ଜଣ ପୁରୁଷ ସଦସ୍ୟ ଥିବା ବେଳେ ୫ ଜଣ ମହିଳା ରହିଛନ୍ତି। ଲିଙ୍ଗଗତ ସାମ୍ୟ ରକ୍ଷା ପାଇଁ ଚେଷ୍ଟା କରାଯାଇଛି।

ମାନସ ମହାନ୍ତିଙ୍କୁ ସଂଗଠନ ଦାୟିତ୍ଵ

୪ଜଣ ସାଧାରଣ ସମ୍ପାଦକ ହେଲେ: ରବି ନାୟକ, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର। ମାନସ କୁମାର ମହାନ୍ତିଙ୍କୁ ସଂଗଠନ ସାଧାରଣ ସମ୍ପାଦକ ଭାବେ ଗୁରୁ ଦାୟିତ୍ଵ ଦିଆଯାଇଛି।

ଇରାଶୀଷ ଯୁବମୋର୍ଚା ଅଧ୍ୟକ୍ଷ

୬ଟି ମୋର୍ଚା ପାଇଁ ୬ଜଣ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଚି। ଯୁବମୋର୍ଚ ଅଧ୍ୟକ୍ଷ ଭାବେ ଇରାଶୀଷ ଆଚାର୍ଯ୍ୟ କାମ କରିବେ। ସେହିପରି ମହିଳା ମୋର୍ଚା ସମ୍ଭାଳିବେ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚା ଦାୟିତ୍ଵ ପ୍ରଦୀପ ପୁରୋହିତଙ୍କୁ ଦିଆଯାଇଥିବା ବେଳେ ବିଶେଶ୍ଵର ଟୁଡୁଙ୍କୁ ଜନଜାତି ମୋର୍ଚା, ବିଭୁ ତରାଇଙ୍କୁ ଅନୁସୂଚିତ ଜାତି ମୋର୍ଚା ଏବଂ ସିକନ୍ଦର ଅଲିଙ୍କୁ ସଂଖ୍ୟାଲଘୁ ମୋର୍ଚା ଦା୍ରିତ୍ଵ ଦିଆଯାଇଛି।

୩ ମହିଳା ସମ୍ପାଦକ

ରାଜ୍ୟ ବିଜେପି ୯ଜଣ ସମ୍ପାଦକଙ୍କୁ ନିଯୁକ୍ତ କରିଛି। ଏଥିରେ ୩ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି।  ମହିଳା ସମ୍ପାଦକମାନେ ହେଲେ: ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଏବଂ ସର୍ମିଷ୍ଠା ମେହେର।` ସେହିପରି କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ ପ୍ରଭୃତି ମଧ୍ୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *