ଭୁବନେଶ୍ୱର ନୂଆ ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଭାପତି ନିରଜ କୁନ୍ଦନ ଭୁବନେଶ୍ୱର ଛାତ୍ର କଂଗ୍ରେସ ସଭାପତି ଭାବରେ ଜଗଦୀଶ ଗଜେନ୍ଦ୍ର, ମଧ୍ୟ ଭୁବନେଶ୍ୱର ଛାତ୍ର କଂଗ୍ରେସ ସଭାପତି ଭାବରେ ଅବଦୁଲ ସାହରୁଖ ଖାନ, ଏକାମ୍ର ଭୁବନେଶ୍ୱରର ଛାତ୍ର କଂଗ୍ରେସ ସଭାପତି ଭାବରେ ନିୟାଜୁଲ ଇସଲାମ ତଥା ଉତର ଭୁବନେଶ୍ୱର ଛାତ୍ର କଂଗ୍ରେସ ସଭାପତି ଭାବରେ ଉଦିତ୍ ପ୍ରଧାନଙ୍କ ନାମକୁ ଅନୁମୋଦନ ଦେଇଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଓ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଉକ୍ତ ଛାତ୍ର ନେତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published.