କ୍ୟାପିଟାଲ ହସ୍ପିଟାଲରୁ ପୁଣି କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରେ ଚିହ୍ନଟ ହୋଇଛନ୍ତି । କେହି ହସ୍ପିଟାଲ ଷ୍ଟାଫ୍‌ ନୁହନ୍ତି କି ଇନ୍‌ଡୋର ରୋଗୀ ନୁହନ୍ତି । ତେବେ ଚିହ୍ନଟ ହୋଇଥିବା ଆଖ୍ରାନ୍ତଙ୍କୁ ମିଶାଇ ହସ୍ପିଟାଲରୁ ମୋଟ ୬୫ରୁ ଅଧିକ ସଂକ୍ରମିତ ବାହାରିଲେଣି । ଏପଟେ କ୍ୟାପିଟାଲ ହସ୍ପିଟାଲ ପ୍ଲାଜମା ବ୍ୟାଙ୍କରେ ଆଉ ଜଣେ ପ୍ଲାଜମା ଦାନ କରିଛନ୍ତି । ବ୍ରହ୍ମଗିରିର ଏହି ବ୍ୟକ୍ତି ଜଣଙ୍କ ସୁରତ ଫେରନ୍ତ । ସୁସ୍ଥ ହେବା ପରେ ନିଜର ପ୍ଲାଜମା ଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଜଣ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କଲେଣି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ରାଜ୍ୟରେ ୧୪୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ , ଏମାନଙ୍କ ମଧ୍ୟରୁ ରାଜଧାନୀ ଭୁବେନଶ୍ୱରରୁ ୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯ରେ  ବେଳେ ୧୬୯୧ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨୬୮ଟି ସକ୍ରିୟ କେସ୍ ରହିଛି ।

Leave a Reply

Your email address will not be published.