ପୁଲିସ ମହାନିର୍ଦ୍ଦେଶକଙ୍କ ମାଲକାନଗିରି ଗସ୍ତ : ଉଦଘାଟନ କଲେ ଯୋଡ଼ାମ୍ବ ପୁଲିସ ଥାନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ଦମନ ଉପରେ ଆଲୋଚନା ଏବଂ ଏକ ନୂତନ ପୁଲିସ ଥାନା ଉଦଘାଟନ କରିଛନ୍ତି। ଏହି ଗସ୍ତରେ ସେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯାଇ ଜୋଡାଆମ୍ବ ଠାରେ ଏକ ନୁତନ ଥାନା ଉଦଘାଟନ କରିଥିଲେ ।

ଥାନା ଉଦଘାଟନ ବେଳେ ଡିଜି ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିଥିଲେ । ପରେ ସ୍ବାଭିମାନ ଅଞ୍ଚଳର ତିନୋଟି ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ପରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଥିଲେ ।

ଏହି ବୈଠକରେ ଓଡିଶା ପୋଲିସ ଓ ବିଏସଏଫ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟତଃ ଜିଲ୍ଲାରେ ନକ୍ସଲ ମୁକାବିଲା ନେଇ ବୈଠକରେ ଆଲୋଚନା ସହ ବିଭିନ୍ନ ଋଣନୀତି ପ୍ରସ୍ତୁତ କରାଯାଇଥିଲା।

Leave a Reply

Your email address will not be published.