ଖୁବ ଶୀଘ୍ର ପରଦାରେ ଓଡ଼ିଆ ମୁଭି ‘ଲଭ୍ ଇମ୍ପସିବଲ୍’
ଭୁବନେଶ୍ବର,(ଓଡ଼ିଶା ଟାଇମ): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇମ୍ପସିବଲ୍’ର ମହୁରତ ହୋଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ପୁନମ୍ ଓ ରୋହନ୍ । ସଂଗୀତ ନିର୍ଦ୍ଦେଶକ ଅଛନ୍ତି ବୈଦ୍ୟନାଥ ଦାଶ । ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ । କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ । ରବିବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସ୍ବସ୍ତି ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଭଳି ଘୋଷଣା କରାଯାଇଛି । କାଷ୍ଟିଂ ଡିରେକ୍ଟର ମୁନା ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।