ଆଜିଠୁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ

ପୁରୀ, (ଓଡିଶା ଟାଇମ୍) :ଆଜି ଶ୍ରୀମନ୍ଦିର ବନ୍ଦ । କରୋନା କଟକଣାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପାଇଁ ଗାଇଡଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଆଜିଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ।

ଏସଓପି ଅନୁଯାୟୀ, ରବିବାରକୁ ଛାଡ଼ି ଅନ୍ୟ ଦିନ ସବୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ। ପ୍ରତିଦିନ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରତି ରବିବାର ଦର୍ଶନ ବନ୍ଦ ରହିବା ସହ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ। ରାତି ସମୟରେ ଭକ୍ତ ଦର୍ଶନ ସାରି ଯିବା ପରେ ସପ୍ତାହକୁ ୨ଥର ମନ୍ଦିର ପରିସର ସାନିଟାଇଜ୍ କରାଯିବ।

ସେହିପରି ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ପଡିବ। ସମୟ ସମୟରେ କରୋନା ସ୍ଥିତିକୁ ଦେଖି ଏସଓପିରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଶ୍ରୀମନ୍ଦିର ପରିସରରେ ପାନ ଗୁଟୁଖା ଖାଇଲେ ୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଶ୍ରୀମନ୍ଦିର ଭିତରକୁ ପଲିଥିନ୍ ନେଲେ ଲାଗିବ ୧୦୦ଟଙ୍କାର ଫାଇନ୍ ।

Leave a Reply

Your email address will not be published. Required fields are marked *