ଆଜି ଦାୟିତ୍ବ ନେବେ ନୂଆ ଡିସିପି
ଭୁବନେଶ୍ବର,(ଓଡିଶା ଟାଇମ୍) : ଭୁବନେଶ୍ବର ଡିସିପି ଭାବେ ଆଜି ଦାୟିତ୍ବ ନେବେ ଉମାଶଙ୍କର ଦାଶ । ପୋଲିସ କମିସନର କାର୍ଯ୍ୟାଳୟରେ ଅନୁପ ସାହୁଙ୍କଠାରୁ ନେବେ ଦାୟିତ୍ବ । ତେବେ ୨୦୦୮ ବ୍ୟାଚ୍ର ଆଇପିଏସ୍ ଅଫିସର ହେଇଛନ୍ତି ଉମାଶଙ୍କର ଦାଶ । ସେ ପୂର୍ବରୁ ରାଉରକେଲା ଓ ପୁରୀ ଏସ୍ପି ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି।
ଡ. ଦାସ ଏହା ପୂର୍ବରୁ ପୁରୀ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ। କୋଭିଡ୍-୧୯ ସମୟରେ ପୁରୀରେ କଟକଣାକୁ ନେଇ ରଥଯାତ୍ରା କରାଇବାରେ ଡ. ଦାସଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। କମିସନରେଟ୍ ପୁଲିସର ମୁଖ୍ୟାଳୟରେ ଡ. ଦାସ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିବା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ କରାଯିବ ବୋଲି ପୁଲିସ କମିସନରଙ୍କ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି।