ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଚିହ୍ନଟ: ରାଜ୍ୟରେ ୮୦ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଗଲା ୨୪ ଘଣ୍ଟା ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଆଉ ୮୦ଜଣଙ୍କ ନାଁ ସାମିଲ୍ ହୋଇଛି। ଏହାଦ୍ଵାରା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୨୬ ହୋଇଛି। ଏହି ଆକ୍ରାନ୍ତଙ୍କ ତାଲିକାରେ ପ୍ରଥମକରି ଗଜପତି ଜିଲ୍ଲା ସାମିଲ୍ ହୋଇଛି। ଏଠାରେ ୪ ଜଣ କରୋନା ସଂକ୍ରମିତ ବୋଳି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।
ଗତକାଲି ୫୦୧୪ ନମୁନା ପରୀକ୍ଷଣ ହୋଇଥିଲା। ସେଥିରୁ ୮୦ ଜଣଙ୍କୁ କରୋନା ସଂକ୍ରମିତ ବୋଲି ଚିହ୍ନଟ କରାଯାଇଛି। ସରକାରୀ ତଥ୍ୟ ହିସାବରେ ଏବେ ସମୁଦାୟ ୧ ଲକ୍ଷ ୧୩ ହଜାର ୪୪୬ ନମୁନା ପରୀକ୍ଷଣ କରାଯାଇଛି। ସେମାନଙ୍କ ଭିତରୁ ପଜିଟିଭ୍ଙ୍କ ସଂଖ୍ୟା ୧୨୬୯ ରହିଛି। ଏହି ପଜିଟିଭ୍ ଚିହ୍ନିତଙ୍କ ଭିତରୁ ୪୩୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ ଜଣଙ୍କ ମୃତ୍ୟୁ ହୋଇଛି।