ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିଭଳି ଅନ୍ୟ ୩ କରୋନା ଆକ୍ରାନ୍ତ ଲୋକାଲ କେସ୍ ହୋଇଥିବା ସୂଚନା ଦିଆଯାଇଛି । ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ AIIMSର ଜଣେ କର୍ମଚାରୀ ଥିବାବେଳେ ଆଇଗିଣିଆ ପାତ୍ରପଡା ଓ ଡୁମୁଡୁମାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

Leave a Reply

Your email address will not be published.