E Vehicle ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ବଦଳ ନୀତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଇ ଭେହିକିଲ୍‌ ବା ବ୍ୟାଟେରୀ ଚାଳିତ ଯାନର ବ୍ୟବହାର ପାଇଁ କେନ୍ଦ୍ର ସରକାର ଅଧିକ ଯତ୍ନଶୀଳ ହୋଇଛନ୍ତି। ହେଲେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକ ଲାଗି ଚାର୍ଜିଂ ଷ୍ଟେସନ୍‌ ସ୍ଥାପନା ଏକ ସମସ୍ୟା ଭାବେ ଠିଆ ହୋଇଛି। ସହରାଞ୍ଚଳରେ ଏଥିଲାଗି ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ସରକାର ଏବେ ଏକ ନୂଆ ନୀତି ଆଣିବେ ବୋଲି ବଜେଟ୍‌ ଅଭିଭାଷଣ ସମୟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କେନ୍ଦ୍ର ସରକାର ଖୁବ୍‌ଶୀଘ୍ର  ବ୍ୟାଟେରୀ ସ୍ଵାପିଂ ନୀତି ଆଣିବେ। ଏହାଦ୍ୱାରା ଗାଡ଼ିଗୁଡ଼ିକ ଚାର୍ଜିଂ  ପାଇଁ ଅଧିକ ସମୟ ଚାର୍ଜିଂ ଷ୍ଯେସନ୍‌ ପାଖରେ ଠିଆ ହେବେ ନାହିଁ। ସେମାନେ ନିଜ ବ୍ୟାଟେରୀକୁ ବଦଳାଇ ଅନ୍ୟ ବ୍ୟାଟେରୀ ନେଇପାରିବେ। ଏହାଦ୍ୱାରା ସମୟ ବଞ୍ଚିବ ଏବଂ ଦେଶରେ ଚାର୍ଜିଂ ଷ୍ଟେସନ୍‌ ପାଇଁ ଏତେ ଜାଗାର ଆବଶ୍ୟକତା ପଡ଼ିବ ନାହିଁ।

ଷ୍ଟାର୍ଟଅପ୍‌ ଇଣ୍ଡଷ୍ଟ୍ରୀମାନେ ଏଥିପାଇଁ ଆଗକୁ ଆସିବ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ବଜେଟ୍‌ ଅଭିଭାଷଣରେ କୁହାଯାଇଛି।

Leave a Reply

Your email address will not be published. Required fields are marked *