ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ
ରାୟଗଡା, (ଓଡିଶା ଟାଇମ୍) :ରାୟଗଡାର ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି । ୨୦୧୬ ଏପ୍ରିଲ ୨୬ରେ ନେତ୍ରାନନ୍ଦ ଦୋଷୀ ସାବ୍ୟସ୍ତ ହୋଇ କୋରାପୁଟରେ ଜେଲରେ ଆଜୀବନ ସଜା କାଟୁଥିଲେ । ଗତ ୨ ଦିନ ଧରି ସେ ଅସୁସ୍ଥ ଅନୁଭବ କରୁଥିଲେ । ଗତକାଲି ରାତିରେ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା କୋରାପୁଟ ଜେଲ୍ ଅଧୀକ୍ଷକ ସୂଚନା ଦେଇଛନ୍ତି ।
୨୦୧୩ ଅକ୍ଟୋବର ୨୭ରେ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲା ନେଇ ରାଜ୍ୟରେ ବେଶ ହଟଚମଟ ହୋଇଥିଲା । ଏହି ମାମଲାରେ କାଶୀପୁର ବ୍ଲକର ସ୍କୁଲ SI ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସେବେଠାରୁ ସେ ଜେଲ୍ରେ ଆଜୀବନ ସଜା କାଟୁଥିଲେ । କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।