ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା : ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବ ଡାକ୍ତରୀ ଟିମ୍, କରାଯିବ ଥର୍ମାଲ ସ୍କାନିଂ
ଭୁବନେଶ୍ବର, (ଓଡିଶା ଟାଇମ୍) : ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ ଡାକ୍ତରୀ ଟିମ୍ । ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ କରାଯିବ ବ୍ୟବସ୍ଥା । ସମସ୍ତ ନିଟ୍ ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କାନିଂ । ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଛି । ତେଣୁ ଏହି ସବୁ ଭିତରେ ଅନୁଷ୍ଠିତ ହେଉଥିବା ପରୀକ୍ଷାରେ କିପରି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟପ୍ରତି କୌଣସି କ୍ଷତି ନପହଞ୍ଚିବ । ସେଥିପାଇଁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ପୂର୍ବରୁ ଜେଇଇ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ଭୁବନେଶ୍ବରର ୩୧ ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ସେଥିମଧ୍ୟରୁ ୧୩୦୦ ଜଣ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା କେନ୍ଦ୍ର ବାହାରେ ଡାକବାଜି ଯନ୍ତ୍ର ଦ୍ୱାରା ଗହଳି ନ କରିବାକୁ ନିବେଦନ କରାଯିବ। ଗହଳି ନିୟନ୍ତ୍ରଣ ପାଇଁ ଜେଡଡିସି ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜେଇଇ ପରୀକ୍ଷାର୍ଥୀଙ୍କ ପରି ନିଟ ପରୀକ୍ଷାର୍ଥୀଙ୍କ ଥର୍ମାନ ସ୍କାନିଂ ହେବ। ଏଯାଏଁ କୌଣସି ପରୀକ୍ଷାର୍ଥୀଙ୍କ କୋଭିଡ ଲକ୍ଷଣ ଦେଖାଯାଇ ନ ଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି ।