କରୋନା ସ୍ଥିତି ଭୟଙ୍କର : ୨୪ ଘଣ୍ଟାରେ ପାଖାପାଖି ୧୦ ହଜାର ନୂଆ ମାମଲା, ୨୭୩ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରତିଦିନ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗୁଛି l ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୯ ହଜାର ୮୫୧ ନୂଆ ମାମଲା ସାମ୍ନାକୁ ଆସିଛି l ୨୭୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି | ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୯ରେ ପହଞ୍ଚିଛି l ଗୁରୁବାର ଦିନ ୯ ହଜାର ୩୦୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା l

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୧ ଲକ୍ଷ ୧୦ ହଜାର ୯୬୦ ଆକ୍ଟିଭ ମାମଲା ରହିଛି l ମହାମାରୀରେ ଏବେ ସୁଦ୍ଧା ୬ ହଜାର ୩୪୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ଲକ୍ଷ ୯ ହଜାର ୪୬୨ ଜଣ ସୁସ୍ଥ ହୋଇଛନ୍ତି l ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୭୫ ହଜାରରେ ପହଞ୍ଚିଛି l
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୩୪୮ ରେ ପହଞ୍ଚିଥିବାବେଳେ ସବୁଠାରୁ ଅଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି l ମହାରାଷ୍ଟ୍ରରେ ୨ ହଜାର ୭୧୦ ଜଣ ପ୍ରାଣ ହରାଇ ସାରିଛନ୍ତି l ଗୁଜରାଟରେ ୧୧୫୫, ମଧ୍ୟ ପ୍ରଦେଶରେ ୩୭୭, ଦିଲ୍ଲୀରେ ୬୫୦, ପଶ୍ଚିମବଙ୍ଗରେ ୩୫୫, ଉତ୍ତର ପ୍ରଦେଶରେ ୨୪୫, ରାଜସ୍ତାନରେ ୨୧୩, ତାମିଲନାଡୁରେ ୨୨୦, ତେଲେଙ୍ଗାନାରେ ୧୦୫, ଆନ୍ଧ୍ରପ୍ରଦେଶରେ ୭୧, କର୍ଣ୍ଣାଟକରେ ୫୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି l

ମୁମ୍ବାଇରେ ଗୁରୁବାର ଦିନ ୧୪୪୨ ନୂଆ ମାମଲା ସାମ୍ନାକୁ ଆସିଥିଲା କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୭୦୪ରେ ପହଞ୍ଚି ସାରିଛି l କେବଳ ମୁମ୍ବାଇରେ ୧୪୬୫ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି l

Leave a Reply

Your email address will not be published.