ମେ’ ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସମସ୍ତ ଓଡ଼ିଆ ଭାଇ ଓ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିବେଦନ କରିଛନ୍ତି। ରାଜ୍ୟର କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ ପାଇ: ଅନୁରୋଧ କରିଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଶ୍ଵର ଯେକୌଣସି କୋଣରେ ଥିବା ଓଡ଼ିଆ ମେ’ ମାସ ୩୦ ତାରିଖ ଦିନ ସାମାଜିକ ଦୂରତ୍ଵ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରନ୍ତୁ। ଏହାଦ୍ଵାରା ଆମର ଜାତୀୟତାବାଦ ଓ ଏକତା ବୃଦ୍ଧି ପାଇବ।

ଦୀର୍ଘ ଦୁଇ ମାସର କୋଭିଡ୍‌ ଯୁଦ୍ଧ ରାଜ୍ୟକୁ ସଫଳତା ଆଣିଛି। ସାରା ବିଶ୍ଵରେ ଓଡ଼ିଶା ଚର୍ଚିତ ହୋଇଛି। ଏହା କୋଭିଡ୍‌ ଯୋଦ୍ଧାଙ୍କ ଯୋଗୁ ସମ୍ଭବ ହୋଇଛି ବୋଲି କହିବା ସହ ସେମାନଙ୍କୁ ଉତ୍ସାହିତ କାରିବା ଓ ସେମାନଙ୍କ ସହ ସାରା ଓଡ଼ିଶାବାସୀ ରହିଛନ୍ତିବୋଲି କହି ତାଙ୍କ ଆତ୍ମ ବିଶ୍ଵାସ ବଢ଼ାଇବା ଉଦ୍ଦେଶ୍ୟରେ ସମସ୍ତ ଓଡ଼ିଶା ବାସୀଙ୍କୁ ଏକାଠି ହେବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଆମ ଜାତୀୟତାର ପରିଚୟ। ଉତ୍କଳ ଗଠନ ସମୟରେ ଏହି ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କୁ ଜାଗ୍ରତ କରିଥିଲା। ଏଣୁ ଯେକୌଣସି କୋଣରେ ଥିବା ଓଡ଼ିଆ ଏକାଠି ହେବା ଦରକାର।

ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି,  କୋଭିଡ୍‌ ଯୁଦ୍ଧରେ ଲୋକଙ୍କ ଜୀବନ ରକ୍ଷା କରିବାରେ ଓଡ଼ିଶା ଭାରତରେ ନୁହେଁ ସାରା ବିଶ୍ଵରେ ଏକ ଉଦାହରଣ ସୃଷ୍ଟି କରିଛ। ସାରା ଦୁନିଆରେ ସବୁଠାରୁ କମ୍‌ ହେଉଛି  ଆମ ରାଜ୍ମୃୟରେ କୋଭିଡ ଜନିତ ମୃତ୍ୟୁହାର।ଏବେ କରୋନା ଆକ୍ରାନ୍ତ ହୋଇଥିବା ୫୦ ପ୍ରତିଶତ ଲୋକ ଘସୁସ୍ଥ ହୋଇ ଘରକୁ ଫେରିଲେଣି। ଏହା ଏକ ବଡ଼ ସଫଳତା। ଦୁନିଆର ଶକ୍ତିଶାଳୀ ଦେଶ, ଧନୀ ରାଜ୍ୟମାନେ ମଧ୍ୟ ଏତେଟା ସଫଳତା ପାଇ ନାହାନ୍ତି। ଏହା ଏକ ଅଭୁତ ପୂର୍ବ ସଫଳତା। ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ ଭାଇ ଭଉଣି ଫେରିଛନ୍ତି। ତଥାପି ଆମେ ଭଲ ସ୍ଥିତିରେ ଅଛୁ ବୋଲି ସେ କହିଛନ୍ତି।

ଏହା ପଛରେ ରହିଛି ଆମ କୋଭିଠଡ୍‌ ଯୋଦ୍ଧାମାନଙ୍କ ତ୍ୟାଗ ନିଷ୍ଠା ଓ ପ୍ରତିବଦ୍ଧତା। ଯେଉଁ ଭଳି ସେମାନେ ସେବା ଯୋଗାଇ ଚାଲିଛନ୍ତି ତାହାର ତୁଳନା ନାହିଁ। ମୁଁ ସମସ୍ତଙ୍କ ନିକଟରେ ଋଣୀ। ଏହା ସହ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି।

Leave a Reply

Your email address will not be published. Required fields are marked *