କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମିଳିଲା ଜାମିନ

ମୁମ୍ବାଇ, (ଓଡିଶା ଟାଇମ୍) : କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ସୋମବାର ଜାମିନ ମିଳିଥିବା ଜଣାପଡ଼ିଛି। ମୁମ୍ଵଇର ଏକ ସିଟି କୋର୍ଟ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଦିନ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଘରେ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ କରିଥିଲା। ପରେ ଭାରତୀଙ୍କ ସ୍ୱାମୀ ତଥା ଲେଖକ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରାଯାଥିଲା।

ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷଙ୍କର ମେଡ଼ିକାଲ ଯାଞ୍ଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେମାନେ ଗଂଜେଇ ନେଉଥିବା କଥାକୁ ସ୍ୱୀକାର କରିଥିଲେ । କୋର୍ଟ ଉଭୟଙ୍କୁ ଡ଼ିସେମ୍ବର ୪ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ସେମାନେ କୋର୍ଟରେ ଜାମିନ୍ ପାଇଁ ଅପିଲ କରିଥିଲେ।

ଏନସିବି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା।

Leave a Reply

Your email address will not be published. Required fields are marked *