‘ପରୀ’ ମୃତ୍ୟୁ ପାଇଁ ଏସ୍‌ଆଇଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ‘ପରୀ’ ମୃତ୍ୟୁ ପାଇଁ ଏସ୍‌ଆଇଟି ଗଠନ କଲେ ରାଜ୍ୟ ସରକାର। ଏସ୍‌ଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି। ଏସ୍‌ଆଇଟି ଟିମ୍‌ରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଆର୍‌.କେ. ଦୋରା, ଏଏସ୍‌ପି ଆର୍‌.ସି.ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମ୍‌ବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡାଙ୍କୁ ସାମିଲ କରାଯାଇଛି। ଏସ୍‌ଆଇଟି ଗଠନ ନେଇଆଜି ହାଇକୋର୍ଟଙ୍କୁ ଜଣାଇଲେ ଗୃହ ବିଭାଗ ସଚିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କୁ ସ୍ବତନ୍ତ୍ର ସଚିବ ଚିଠି ଲେଖିଛନ୍ତି।

Leave a Reply

Your email address will not be published. Required fields are marked *