ନକ୍ସଲ ଗୁଳିରେ ଦୁଇ ପୋଲିସ କର୍ମଚାରୀ ସହୀଦ
ରାଉରକେଲା, (ଓଡିଶା ଟାଇମ୍) : ଝାରଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍ ରାଉରକେଲା ଥାନା ଅନ୍ତର୍ଗତ ଜୋନୂଆ ଗାଁ ନକ୍ଟରେ ନକ୍ସଲ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଦୁଇ କର୍ମଚାରୀଙ୍କ ମଧ୍ୟରେ ଜଣେ ପୋଡାହାଟ ଏସଡିପିଓଙ୍କ ବଡିଗାର୍ଡ ଥିବା ବେଳେ ଆଉ ଜଣେ କରେଇକେଲା ଥାନାରେ ଏସପିଓ ଭାବେ କାର୍ଯ୍ୟରତ ଥିଲେ । ଗତ କିଛି ଦିନ ହେଲା ନକ୍ସଲମାନଙ୍କ ଗତିବିଧି ବୃଦ୍ଧି ପାଇଛି । ଏନେଇ ବିଭିନ୍ନ ସ୍ଥାନରେ ଝାଡଖଣ୍ଡ ପୁଲିସ୍ ଓ ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ନକ୍ସଲମାନେ କୌଣସି ସ୍ଥାନରେ ଅଘଟଣ ଘଟାଇବାର ଯୋଜନା କରୁଥିବା ଗୁପ୍ତ ସୂଚନା ପାଇଥିଲେ ଯବାନ । ସେଥିପାଇଁ ସତର୍କ ରହିଥିଲା ପୁଲିସ୍ । କରାଇକେଲା ଥାନା ଅନ୍ତର୍ଗତ ଜୋନୁୱା ଗ୍ରାମ ନିକଟରେ ନକ୍ସଲ ଲୁଚି ଥିବା ଗ୍ରାମବାସୀଙ୍କ ଠାରୁ ପୁଲିସ୍କୁ ମିଳିଥିଲା ସୂଚନା । ଯବାନମାନେ ବାଇକ୍ ଯୋଗେ ସେହି ଗ୍ରାମରେ ପହଞ୍ଚିଥିଲେ । ବାଇକ୍ ରଖି ଯବାନମାନେ ଜୋନୁୱା ଗ୍ରାମରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଲୁଚି ରହିଥିବା ନକ୍ସଲମାନେ ହଠାତ ଯବାନମାନଙ୍କ ଉପରକୁ ଅତିର୍କିତ ଗୁଳି ଚାଳନା କରିଥିଲେ । ଏହି ଆକ୍ରମଣରେ ଏସ୍ଡିପିଓଙ୍କ ଅଙ୍ଗରକ୍ଷୀ ତଥା କନେଷ୍ଟବଳ ଲଖିନ୍ଦ୍ର ମୁଣ୍ଡା ଓ ଏସ୍ପିଓ ସୁନ୍ଦର ସ୍ୱରୂପ ମାହାନ୍ତଙ୍କ ଶରୀରରେ ଗୁଳି ବାଜିଥିଲା । ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଅଣାଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା ।