ଜୁନ୍ ମାସ ହେବ ନିଣ୍ଣାୟକ; ଦେଖନ୍ତୁ ମୁଖ୍ୟମନ୍ତ୍ରୀ କ’ଣ କହିଲେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଜୁନ୍ ମାସ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ନିଣ୍ଣାୟକ ହେବ। ଏହି ମାସରେ ଯଦି ଆମେ ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା ତେବେ କରୋନା ବିରୋଧୀ ଲଢ଼େଇରେ ଆମକୁ ଅଭୂତପୂର୍ବ ସଫଳତା ମିଳିବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣୁ ରାଜ୍ୟ ସରକାର ଲୋକଙ୍କୁ ଅଧିକରୁ ଅଧିକ ସମୟ ଘରେ ରହିବା ଲାଗି ପରାମର୍ଶ ଦେଇଛନ୍ତି। ଧୈର୍ଯ୍ୟର ସହ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଲକ୍ଡାଉନ୍ ଓ ଶଟ୍ ଡାଉନ୍ ଆଦେଶକୁ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଗୁରୁବାର ସନ୍ଧ୍ୟାରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମୋର ସାଢ଼େ ଚାରି କୋଟି ଭାଇଭଉଣିଙ୍କ ସୁରକ୍ଷା ମୋ ପାଇଁ ସବୁଠାରୁ ଗୁରୁତ୍ଵପୂଣ୍ଣ। ଆପଣମାନଙ୍କର ବାହାରକୁ ଆସିବା କମ୍ କରିବା ଲାଗି ଆମେ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଆଦେଶ ଜାରି କରିଛୁ। ଏହି ମାସର ପ୍ରତି ଶନିବାର ଓ ରବିବାର ଅର୍ଥାତ୍ ଜୁନ୍ ମାସର ୮ ଦିନ ଆମେ ବାହାରକୁ ଯିବା ନାହିଁ। ଏଥିରେ ଆମର ଲାଭ ହେଉଛି ଆମେ ପୁରା ୮ ଦିନ କରୋନା ସଂକ୍ରମଣରୁ ଦୂରରେ ରହିବା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ଦେଶରେ ସଂକ୍ରମଣ ସର୍ବାଧିକ ରହିଛି। ୧୫ ଦିନ ତଳେ ଦୈନିକ ୩ ହଜାର ଲୋକ ସଂକ୍ରମିତ ହେଉଥିଲେ। ଏବେ ସେହି ସଂଖ୍ୟା ୧୦ ହଜାରରେ ପହଞ୍ଚିବ। ଆମେ ଜୀବୀକା ଲାଗି ଏବେ ଲକ୍ଡାଉନ୍ ଖୋଲିଛୁ। କିନ୍ତୁ ଜୀବୀକା ପାଇଁ ଯେଉଁ ସହର ବଜାର ଏବଂ ଅଫିସରେ ଆମେ ବସୁଛୁ ସେହି ସମୟରେ ଆମ ଆଖପାଖରେ କିଏ କରୋନା ସଂକ୍ରମିତ ତାହା ଜାଣିବା କଷ୍ଟକର। ପୁଣି ଏବେ ମୌସୁମୀ ପହଞ୍ଚୁଥିବାରୁ ସର୍ଦି, କାଶ ସାଧାରଣ ଭାବେ ଅନ୍ୟକୁ ହୋଇପାାରେ। ଏଣୁ ଏହି ସମୟରେ ସଂକ୍ରମଣରୁ ବର୍ତ୍ତିବା ଲାଗି ସାବଧାନତା ରକ୍ଷା କରିବା ଦରକାର। ର୍ର୍ଏହି ଶଟ୍ଡାଉନ୍ ଓ ଲକଡାଉନ୍ ଆଦେଶ ଦ୍ଵାରା ମାସର ୩୦ ଦିନରୁ ୩୦୦ ଘଣ୍ଟା ରାତ୍ରୀ କାଳୀନ କର୍ଫ୍ୟୁ ଏବଂ ଶଟ୍ଡାଉନ୍ ହେତୁ ଆମେ ଘରେ ରହୁଛୁ। ଏହି ସମୟରେ ଆମେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରୁଛୁ ବୋଲି ନବୀନ କହିଛନ୍ତି।
ଆଜି ସନ୍ଧ୍ୟା ୬ଟାରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ କର୍ଫ୍ୟୁ ଲାଗୁ ହୋଇଛି। ଜନସାଧାରଣଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ତଥା ପୂଜା, ପର୍ବାଣୀ ନାଁରେ ଗହଳି ବାନ୍ଧିବାକୁ ଏଡ଼ାଇବା ଲାଗି ରାଜ୍ୟ ସରାକାର ଏହି ପଦକ୍ଷେପ ନେଇଛନ୍ତି। ଏହି କର୍ଫ୍ୟୁ ଆସନ୍ତା କାଲି ବଳବତ୍ତର ରହିବ। ଏହାପରେ ଆରମ୍ଭ ହୋଇଯିବ ୧୧ଟି ଜିଲ୍ଲାରେ ଶଟ୍ଡାଉନ୍। ଏହି ପରିସ୍ଥିତିରେ ଜନସାଧାରଣଙ୍କୁ ଧୈର୍ଯ୍ୟର ସହ ନିୟମ ପାଳନ କରିବାକୁ ସେ କହିଛନ୍ତି। ପୁଣି ମାସର ଯେଉଁ ସମୟରେ ଘରୁ ବାହାରିବାକୁ ଅନୁମତି ରହିଛି ସେହି ସମୟରେ ଆପଣ ଠିକଣଶ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ରକ୍ଷା କରିବା ଓ ୨୦ ସେକେଣ୍ଡ ହାତ ଧୋଇବାକୁ ନ ଭୁଲିବାକୁ ଶଅୀ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।