ମମତାଙ୍କ ସହ ଫୋନରେ କଥା ହେଲେ ନବୀନ

ଭୁବନେଶ୍ୱର,(ଓଡିଶା ଟାଇମ୍): ବାତ୍ୟା ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗୋରେ ହୋଇଥିବା କ୍ଷୟ କ୍ଷତି ନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଡିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ବାସୀଙ୍କ ସହ ଓଡିଶା ରହିଛି ବୋଲି ସେ କହିଛନ୍ତି । ଏହା ସହ ପଶ୍ଚିମବଙ୍ଗୋରେ ହୋଇଥିବା କ୍ଷୟ କ୍ଷତି ନେଇ ମମତାଙ୍କୁ ପଚାରି ବୁଝିଥିଲେ ନବୀନ । ପଶ୍ଚିମବଙ୍ଗୋକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ପ୍ରତିଶ୍ରୃତି ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ପଶ୍ଚିମବଙ୍ଗୋ ସମେତ ୨୪ ପ୍ରଗଣା ଓ ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟାରେ ୮୦ ଜଣ ପ୍ରାଣ ହରାଇଛନ୍ତି । ଅନେକ ଅଂଚଳର ଧାନ ଫସଲ ନଷ୍ଟ ହୋଇଥିବାବେଳେ ବିଦ୍ୟୁତ ଓ ଯୋଗାଯୋଗ ବ୍ୟାହତ ହୋଇଛି । ତେବେ ଆଜି ବାତ୍ୟା ଅମ୍ଫନର କ୍ଷୟକ୍ଷତିର ଆକଳନ ପାଇଁ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply

Your email address will not be published.