ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର, (ଓଡିଶା ଟାଇମ୍) : ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଶାନ୍ତ ସିଂହ ରାଜପୁତ ବେକରେ ରଖି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଘରେ କାମ କରୁଥିବା ସହାୟିକା ପୋଲିସକୁ ଏବିଷୟରେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି। ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଛି।
ସେ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଟିଭିରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ଏକତା କପୁରଙ୍କ ପବିତ୍ର ରିସ୍ତାରୁ ପରିଚୟ ମିଳିଥିଲା। ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ।