ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ
ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜୁ ଯୁବ ଜନତା କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୁଣି ଥରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଇସ୍ତାହାରରେ ଘୋଷଣା କରିଥିଲେ। ହେଲେ ପରେ ଏସବୁକୁ ଭୁଲି ଯାଇଛି ବିଜେପି ସରକାର।
ଜାତୀୟ ଦଳ କେବଳ ନିର୍ବାଚନ ଜିତିବା ପାଇଁ କାର୍ଯ୍ୟ କରେ। ସେହିଭଳି କଂଗ୍ରେସର ରିମୋଟ୍ ଦିଲ୍ଲୀରୁ ପରିଚାଳିତ ହୁଏ। ବିଜେପି ଓ କଂଗ୍ରେସ ଏହି ଦୁଇ ଦଳ BOSSଙ୍କ ଦ୍ୱାରା ପରିଚାଳିତ। ହେଲେ ବିଜେଡି ପାଇଁ BOSS ହେଉଛନ୍ତି ଓଡ଼ିଶାବାସୀ। ବିଜେଡି ସବୁବେଳେ ଓଡ଼ିଆଙ୍କ ପାଇଁ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରୁଛି ବୋଲି ନବୀନ କହିଛନ୍ତି।
ଓଡିଶାର ଭାଷା, ସଂସ୍କୃତି, କଳା ଓ ଜଗନ୍ନାଥ ସମସ୍ତଙ୍କ ଠାରୁ ଭିନ୍ନ। ମହାନଦୀର ପାଣି ସମସ୍ତ ଓଡିଶାବାସୀଙ୍କ ପାଇଁ ଆର୍ଶୀବାଦ ହୋଇ ବୋହି ଚାଲିଛି। ଓଡିଶାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଲଢ଼େଇ ଜାରି ରଖିଛି। ଓଡିଶାରେ ଖଣି-ଖାଦାନ ଭରପୁର ରହିଛି। ଏହି ଖଣିଜ ସମ୍ପଦର ଲାଭ ଓଡିଶାବାସୀ କିଭଳି ପାଇବେ, ସେ ନେଇ ସରକାର ଉଦ୍ୟମ ଜାରି ରଖିଛି।