୭୦ ବର୍ଷରେ ନସିରୁଦ୍ଦିନ ଶାହା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡର ଭେଟେରାନ୍ ଅଭିନେତା ନସିରୁଦ୍ଦିନ ଶାହା ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୫୦ ମସିହା ଜୁଲାଇ ୨୦ ତାରିଖରେ ସେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।
ସେ ଏଭଳି ଜଣେ କଳାକାର ଯିଏକି ଥିଏଟରରୁ ଆରମ୍ଭ କରି ସିନେମା ଜଗତରେ ସବୁଠି ନିଜର ଅଭିନୟ ଯାଦୁ ଦେଖାଇବା ସହ ସଫଳତା ହାସଲ କରିଛନ୍ତି ।
୧୯୭୫ ମସିହା ଫିଲ୍ମ ‘ନିଶାନ୍ତ’ ଜରିଆରେ ନସିରୁଦ୍ଦିନ ନିଜର ଫିଲ୍ମି କ୍ୟାରିୟର୍ ଆରମ୍ଭ କରିଥିଲେ । ସେ ଫିଲ୍ମରେ ତାଙ୍କର ଭୂମିକା ଖୁବ୍ ଛୋଟ ରହିଥିଲା । ତା’ ପରଠାରୁ ସେ ଲାଇମ୍ ଲାଇଟରେ ରହି ପାରିଥିଲେ ।
ନସିରୁଦ୍ଦିନଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ରିଏଲ୍ ଲାଇଫ୍ ବିଷୟରେ କିଛି…
ଉତ୍ତର ପ୍ରଦେଶର ବାରବାଙ୍କିର ବାସିନ୍ଦା ହେଉଛନ୍ତି ନସିରୁଦ୍ଦିନ । ତାଙ୍କର ବାପା ଜଣେ ଆର୍ମି ଅଫିସର ହୋଇଥିବା ବେଳେ ମାଆ ଗୃହିଣୀ ଥିଲେ ।
୧୯୮୦ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ହମ୍ ପାଞ୍ଚ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।
୧୯୮୨ ମସିହାରେ ନସିରୁଦ୍ଦିନ ରତ୍ନା ପାଠକଙ୍କ ସହ ବିବହ ବନ୍ଧନରେ ଆବଦ୍ଧ ହୋଇଥିଲେ । ରତ୍ନା ପାଠକ ତାଙ୍କର ଦ୍ୱିତୀୟ ପତ୍ନୀ । ସେ ଡର୍ଟି ପିକଚର, ସାତ ଖୁନ୍ ମାଫ, ବେଗମ ଜାନ୍ ଓ ଦେଢ ଇସ୍କିଆ ଭଳି ବଲିଉଡ ଫିଲ୍ମରେ ବ୍ଲୋଡ୍ ସିନ୍ ମଧ୍ୟ ଦେଇଥିଲେ ।
ବଲିଉଡ ଫିଲ୍ମ ଛଡା ନସିରୁଦ୍ଦିନ ପାକିସ୍ତାନୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ତାଙ୍କର ପ୍ରଥମ ପାକିସ୍ତାନୀ ଫିଲ୍ମ ହେଉଛି ‘ଖୁଦା କେ ଲିୟେ’ ।
ଫିଲ୍ମି କ୍ୟାରିୟର ମଧ୍ୟରେ ନସିରୁଦ୍ଦିନ ନ୍ୟାସନାଲ୍ ଆୱାର୍ଡ, ଫିଲ୍ମ ଫେୟାର ଆୱାର୍ଡ, ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ପୁରସ୍କାର ପାଇଛନ୍ତି ।
ନସିରୁଦ୍ଦିନ ବଲିଉଡ ଫିଲ୍ମ ନିଶାନ୍ତ, ଆକ୍ରୋଶ, ସ୍ପର୍ଶ, ମିର୍ଚ ମସାଲା, ଆଲବର୍ଟ ପିଣେ୍ଟା କୋ ଘୁଷା କିୟୁଁ ଆତା ହେ, ମବନାୀ ଭାଇ, ତ୍ରିକାଲ, ଜୁନୁନ୍, ମୋହନ ଜୋସି ହାଜିର ହୋ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।