ଭାରତୀୟ ମୁସଲିମଙ୍କ ଉପରେ ବର୍ଷିଲେ ନାସିରୁଦ୍ଦିନ୍ ଶାହା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପୂରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ତାଲିବାନ୍ ଶାସନକୁ ନେଇ ସାରା ଦୁନିଆରେ ଭୟ ଖେଳି ଯାଇଛି । ହେଲେ ତାଲିବାନ ଫେରିବା ଏବେ କିଛି ଭାରତୀୟ ମୁସଲିମ ପାଇଁ ଖୁସି ଆଣିଦେଇଛି। ସେମାନେ ତାଙ୍କୁ ସମର୍ଥନ କରୁଛନ୍ତି ଏହା କୌଣସି କ୍ରୁରତା ଠାରୁ କମ୍ ନୁହେଁ।’ ଏଭଳି କହି ତାଲିବାନକୁ ସମର୍ଥନ କରୁଥିବା ଭାରତୀୟ ମୁସଲିମ୍ଙ୍କୁ କଡ଼ା ନିନ୍ଦା କରିଛନ୍ତି ବଲିଉଡର ବର୍ଷିଆନ ଅଭିନେତା ନାସିରୁଦ୍ଦିନ ଶାହା। ଯାହାକି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କିନ୍ତୁ ନାସିରୁଦ୍ଦିନ ଶାହା ଟୁଇଟ୍ କରି ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ତାଲିବାନ ସମର୍ଥକଙ୍କୁ କଡ଼ା ଭାବେ ସମାଲୋଚନା। ଏନେଇ ସେ କହିଛନ୍ତି, ‘ଆଫଗାନିସ୍ତାନରେ ତାଲିବାନ ରିଟର୍ଣ୍ଣ କରିବା ସବୁଠାରୁ ଚିନ୍ତାଜନକ ବିଷୟ। କିନ୍ତୁ କିଛି ଭାରତୀୟ ମୁସଲିମ୍ ଏହାକୁ ନେଇ ଖୁସି ମନାଉଥିବା ବେଳେ ଆଉ କେତେ ଜଣ ହିନ୍ଦୁସ୍ତାନରେ ରହି ତାଲିବାନର ଶାସନକୁ ପ୍ରୋତ୍ସାହିତ କରୁଛନ୍ତି ସେସବୁକୁ ନେଇ ସେ ନିଜ କ୍ରୋଧ ପ୍ରକାଶ କରିଛନ୍ତି। ସେ ଏହାକୁ ନେଇ ପଚାରିଛନ୍ତି କି ସେହି ତାଲିବାନ ସମର୍ଥକ ଭାରତୀୟ ମୁସଲିମମାନେ ନିଜକୁ ପ୍ରଶ୍ନ କରିବା ଉଚିତ ଯେ, ନିଜ ଧର୍ମରେ ସୁଧାର ଏବଂ ଆଧୁନିକତା ଚାହୁଁଛନ୍ତି ନା ଗତ ଶତାବ୍ଦୀର ନୃଶଂସ ,ବର୍ବରତାରରେ ବଞ୍ଚିବାକୁ ଚାହୁଁଛନ୍ତି।’
ନାସିରୁଦ୍ଦିନ ଶାହ ଆହୁରି ମଧ୍ୟ କହିଛନ୍ତ, କି ମୁଁ ଜଣେ ଭାରତୀୟ ମୁସଲିମ୍। ପ୍ରସିଦ୍ଧ କବି ମିର୍ଜା ଗାଲିବ କହିଯାଇଛନ୍ତି, ମୋର ସମ୍ପର୍କ ଅଲ୍ହା ମିଆଁଙ୍କ ସହ ଭଲ, ମୋତେ ରାଜନୈତିକ ଧର୍ମର ଆବଶ୍ୟକତା ନାହିଁ। ଭାରତୀୟ ଇସଲାମ୍ ସବୁବେଳେ ସାରା ବିଶ୍ୱର ଇସଲାମ୍ ଠାରୁ ଭିନ୍ନ ରହିଆସିଛି। ଭଗବାନ ଏଭଳି କିଛି ସମୟ ନ ଆଣନ୍ତୁ, ଯେତେବେଳେ ସେମାନେ ଏତେ ବଦଳିଯିବେ ଯେ, ଆମେ ତାଙ୍କୁ ଚିହ୍ନି ପାରିବା ନାହିଁ।’ ଏଭଳି କହି ନାସିରୁଦ୍ଦିନ ଭାରତୀୟ ମୁସଲିମ୍ମାନଙ୍କୁ ଆଇନା ଦେଖାଇଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ୟୁଜର୍ସମାନେ ଜୋରଦାର କମେଣ୍ଟ କରୁଛନ୍ତି। ଅନେକ ୟୁଜର୍ସ ନାସିରୁଦ୍ଦିନଙ୍କ ପ୍ରଶଂସା କରୁଥିବା ବେଳେ ଆଉ କେତେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି।
Absolutely! 💯
Taliban is a curse! pic.twitter.com/Bs6xzbNZW8— Sayema (@_sayema) September 1, 2021











