ବଢିଲା ଚନ୍ଦ୍ରପୃଷ୍ଠରେ ମାନବ ସଭ୍ୟତାର ଆଶା, ଜହ୍ନରେ ଜଳର ସନ୍ଧାନ ପାଇଲା ନାସା

ୱାସିଂଟନ, (ଓଡିଶା ଟାଇମ୍) : ଚନ୍ଦ୍ର ପୃଷ୍ଠରେ ମଣିଷ ଘର କରି ରହିବାର ବୈଜ୍ଞାନିକ ଆଶା ଆହୁରି ମଜବୁତ ହୋଇ ଯାଇଛି। ପ୍ରକୃତରେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ରରେ ପାଣି ଠାବ କରିଛନ୍ତି। ଖାସ୍ କଥା ହେଉଛି ଏହା ଯେ ଚନ୍ଦ୍ରପୃଷ୍ଠରେ ପାଣି ଏପରି ସ୍ଥାନରେ ମିଳିଛି ଯେଉଁଠାରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ। ପାଣିର ଆବିଷ୍କାର ନାସାର ଷ୍ଟ୍ରାଟୋସ୍ଫିୟର ଅବଜରଭେଟରି ଫର୍ ଇନଫ୍ରାରେଡ ଆଷ୍ଟୋନୋମି(ସୋଫିୟା) କରିଛି। ଏହାର ଉପଯୋଗ ପିଇବା ଏବଂ ରକେଟ୍ ଇନ୍ଧନ ଉତ୍ପାଦନ ପାଇଁ କରାଯିବ।

ସୋଫିୟା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ ଏବଂ ପୃଥିବୀ ଦେଖାଯାଉଥିବା ସବୁଠୁ ବଡ଼ ଗର୍ତ୍ତରେ ଏକ ‘କ୍ଲୋଭିୟସ୍’ରେ ପାଣିର ଅଣୁଗୁଡ଼ିକ ଠାବ କରିଛନ୍ତି। ଏବେ ସୁଦ୍ଧା ହୋଇଥିବା ଅଧ୍ୟୟନରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନର କିଛି ଅଂଶ ବିଷୟରେ ଜଣା ପଡ଼ିଥିଲା କିନ୍ତୁ ପାଣି ଏବଂ ପାଣିର ହାଇଡ୍ରାସ୍କିଲର ସୂଚନା ମିଳିନଥିଲା।

ନାସାର ବିଜ୍ଞାନ ମିଶନ ନିର୍ଦେଶାଳୟରେ ଆଷ୍ଟୋଫିଜିକ୍ସ ବିଭାଗର ନିର୍ଦେଶକ କହିଛନ୍ତି ଯେ ପ୍ରଥମେ ଏପରି ସଙ୍କେତ ଥିଲା ଯେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଙ୍କ ପଟେ ଏଚଟୁଓ ଥାଇପାରେ। ଏବେ ଏହାକୁ ସେଠାରୁ ଠାବ କରାଯାଇଛି।

ନେଚର ଆଷ୍ଟ୍ରୋନୋମିରେ ସୋମବାର ପ୍ରକାଶିତ ଦୁଇଟି ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଆମର ପୁରୁଣା ଆକଳନ ଅପେକ୍ଷା ଚନ୍ଦ୍ରରେ ଅଧିକ ଜଳ ଥାଇପାରେ। ଚନ୍ଦ୍ରପୃଷ୍ଠରେ ୧୪.୬ ମିଲିୟନ ବର୍ଗମାଇଲ ଅଞ୍ଚଳରେ ଜଳ ରହିଛି । ପ୍ରତି ଘନ ମିଟର ପୃଷ୍ଠରେ ୧୨ ଆଉନ୍ସ ବିଶିଷ୍ଟ ବୋତଲର ପାଣି ଥିବା ଆକଳନ କରାଯାଇଛି ।  ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ। ତେବେ ଏନେଇ ଅଧିକ ଗବେଷଣା ଜାରି ରହିବ ବୋଲି ନାସା କହିଛି। ନାସାର ଏ ତଥ୍ୟ ଭବିଷ୍ୟତରେ ଚନ୍ଦ୍ର ଅଭିଯାନ ଲାଗି ଖୋରାକ ଯୋଗାଇବ।

Leave a Reply

Your email address will not be published. Required fields are marked *