ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ଓ ସେବନ କରିବା ନେଇ ଲାଗିଲା କଟକଣା

ନାଗାଲାଣ୍ଡ, (ଓଡିଶା ଟାଇମ୍) : ନାଗାଲାଣ୍ଡ୍ ସରକାର କୁକୁର ମାଂସ ବିକ୍ରୟ ଏବଂ ଭକ୍ଷଣ ନିଷେଧ କରିଛନ୍ତି। ରାଜ୍ୟ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ବାଣିଜ୍ୟିକ କୁକୁର ଆମଦାନି ଏବଂ ବ୍ୟବସାୟ ଓ ଉଭୟ ରନ୍ଧା ଓ କଞ୍ଚା କୁକୁର ମାଂସ ବିକ୍ରୟ ନିଷେଧ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖାଇବା ପାଇଁ ଅନ୍ୟ ରାଜ୍ୟରୁ କୁକୁର ଆମଦାନି କରିବାର ବିପଦ କଥା ବିଚାର କରି ଏବଂ ପ୍ରିଭେନ୍‌ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସ୍ ଆକ୍ଟ, ୧୯୬୦କୁ ଆଧାର କରି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ଗ୍ରହଣ କରିଛି। ସରକାରଙ୍କ ମୁଖପାତ୍ର କ୍ରୋନୁ କହିଛନ୍ତି, ରାଜ୍ୟ ମନ୍ତ୍ରିମଣ୍ଡଳ ଏହି ନିଷ୍ପତ୍ତି ସେବନ ପାଇଁ ଅନ୍ୟ ରାଜ୍ୟରୁ କୁକୁର ଆଣିବା ବିପଦକୁ ଦୃଷ୍ଟିରେ ରଖି ଏବଂ ପଶୁ କ୍ରୁରତା ନିବାରଣ ଆଇନ ୧୯୬୦ ଭାବେ ଏହି ନିଷ୍ପତ୍ତି ନିଆଯାଇଛି ।

ସେ କହିଛନ୍ତି, ସରକାର ଜରୁରୀକାଳୀନ ଭାବେ ଘୁଷୁରୀକୁ ମଧ୍ୟ ବାଣିଜ୍ୟିକ ଆମଦାନୀ ଓ ବ୍ୟବସାୟ ଉପରେ କଟକଣା ଲଗାଇପାରନ୍ତି । କ୍ରୋନ କହିଛନ୍ତି, ଏହି ଅଂଚଳରେ ସ୍ୱାଇନ ଫ୍ଲୁ ପ୍ରକୋପ ପରେ ରାଜ୍ୟ ପୂର୍ବରୁ ମଧ୍ୟ ଘୁଷୁରୀ ଆମଦାନୀ ଉପରେ କଟକଣା ଲାଗୁ କରିଥିଲା । ମନ୍ତ୍ରିମଣ୍ଡଳ ଏହାକୁ ମଂଜୁରୀ ଦେଇଥିଲା ।

ସୂଚନାଯୋଗ୍ୟ, ପୂର୍ବୋତ୍ତର ରାଜ୍ୟରେ କୁକୁର ମାଂସ ଖାଇବା ପ୍ରଚଳନ ଅଛି । ଏଠାକାର ଲୋକେ କୁକୁର ମାଂସକୁ ପୌଷ୍ଟିକ ଖାଦ୍ୟ ମନେ କରନ୍ତି । ନିକଟରେ କୁକୁରଙ୍କ ପ୍ରତି ହେଉଥିବା ଅନ୍ୟାୟ ଉପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଲୋକେ ସ୍ୱର ଉଠାଇଥିଲେ ।

Leave a Reply

Your email address will not be published. Required fields are marked *