ଆସନ୍ତାକାଲିଠାରୁ ନବରଙ୍ଗପୁର ସଟଡାଉନ
ନବରଙ୍ଗପୁର, (ଓଡିଶା ଟାଇମ୍) : ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରୀ ଯାଏଁ ନବରଙ୍ଗପୁର ଜିଲ୍ଲା ସଟଡାଉନ୍ ରହିବ । ସକାଳ ୬ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାର ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡଃ, ଅଜିତ କୁମାର ମିଶ୍ର। ତେବେ ଏହି ସଟ୍ଡାଉନ୍ ସମୟରେ ଅତ୍ୟବାଶକୀୟ ସାମଗ୍ରୀ ଦୋକାନ ଖୋଲରହିବ । କଟକଣା ମଧ୍ୟରେ ସମସ୍ତ ଅତ୍ୟାବଶକୀୟ ଦୋକାନ ଖୋଲାରହିବ ବୋଲି ଘୋଷଣ କରାଯାଇଛି । ଆସନ୍ତାକାଲି ସକାଳ ସମୟରୁ ୨୨ତାରିଖ ଯାଏଁ ଏହି କଟକଣା ଜାରି ରହିବ । ସମସ୍ତଙ୍କୁ ସଟ୍ଡାଉନ୍ କଟକଣା ମାନିବାକୁ କୁହାଯାଇଛି । ଯଦି କେହି ନିୟମ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।