ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ପୁନେରୁ ଗିରଫ
ଭୁବନେଶ୍ବର, (ଓଡିଶା ଟାଇମ୍) :୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ପ୍ରେସ୍ମିଟ୍ରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏହି ସୂଚନା ଦେଇଛନ୍ତି।
ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ସ୍ପେଶାଲ ସ୍କ୍ୱାଡ୍ ପୋଲିସ୍ ପୁନେରୁ ବିକ୍ରମାଦିତ୍ୟଙ୍କୁ ଗିରଫ କରିଛି। ସେ ପୁନେରେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସେ ବେଳେବେଳେ ଘର ଲୋକଙ୍କ ସହ ଯୋଗାଯୋଗରେ ଥିଲେ।
ସୂଚନାଥାଉ କି, ୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରାଯାଇଥିଲା। ସଂଗୀତ ମହାବିଦ୍ୟାଳୟରେ ପାଠ ପଢ଼ାଉ ଥିବାବେଳେ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିଲା। ସୁମନ୍ତଙ୍କ ଅଭିଯୋଗ କ୍ରମେ ବିକ୍ରମାଦିତ୍ୟ କଲେଜରୁ ବହିଷ୍କୃତ ହୋଇଥିଲେ। ତେବେ ୨୦୦୮ରେ ଭୁବନେଶ୍ୱରର ଚକେଇସିଆଣି-ପଳାସୁଣି ରୋଡ୍ରୁ ଏକ କାର୍ ଭିତରୁ ସୁମନ୍ତ ମହାନ୍ତିଙ୍କ ମୃତଦେହ ମିଳିଥିଲା। ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।











