ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ ହସ୍ପିଟାଲ ବେଡରେ ଗାଇଲେ ସଲମାନଙ୍କ ହୁଡ୍-ହୁଡ୍ ଦବଙ୍ଗ୍

ମୁମ୍ବାଇ, (ଓଡିଶା ଟାଇମ୍) : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବଲିଉଡ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି ।

ସାଜିଦ-ୱାଜିଦଙ୍କ ଯୋଡି ବଲିଉଡରେ ଖୁବ ଲୋକପ୍ରିୟ । ସାଜିଦ-ୱାଜିଦଙ୍କ ଯୋଡି ସହ ସଲମାନ ଖାନଙ୍କୁ ପ୍ରଶଂସକ ଖୁବ ପସନ୍ଦ କରିଥାନ୍ତି । ଏହି ସୁପରହିଟ ଯୋଡି ସଂଗୀତ ଦୁନିଆରେ ଅନେକ ଜବରଦସ୍ତ ଗୀତ ଗାଇଛନ୍ତି । ସେ ସଲମାନ ଖାନଙ୍କ ପାର୍ଟନର, ଦବଂଗ, ୱାଣ୍ଟେଡ ଭଳି ଫିଲ୍ମରେ ସୁପରହିଟ ଗୀତ ଗାଇଛନ୍ତି । ୱାଜିଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ହସ୍ପିଟାଲ ବେଡ଼ରେ ସେ ସଲମାନ ଖାନଙ୍କ ଫିଲ୍ମ ଦବଂଗର ଗୀତ ଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଭର୍ସୋଭା ସ୍ମଶାନରେ ୱାଜିଦଙ୍କ ଅନ୍ତିମ ସଂସ୍କାର କରାଯିବ । କରୋନା କଟକଣା ଯୋଗୁଁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ସଲମାନ ଖାନ ୱାଜିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସଲମାନଙ୍କ ସମେତ ବଲିଉଡ ଜଗତର ଅନେକ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୱାଜିଦଙ୍କ ମୃତ୍ୟୁ ବଲିଉଡ ଜଗତ ପାଇଁ ଏକ ବଡ ଝଟକା ।

Leave a Reply

Your email address will not be published.