କୋରୋନା ଦୂର ପାଇଁ ମନ୍ଦିର ଭିତରେ ନର ବଳି !

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ମନ୍ଦିର ଭିତରେ ହତ୍ୟା! କୋରୋନା ଦୂର ପାଇଁ ମନ୍ଦିର ଭିତରେ ଜଣେ ବ୍ୟକ୍ତିଙ୍କୁ ନରବଳି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଅମାନୁସିକ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ ବ୍ରାହ୍ମଣୀଦେଈ ମନ୍ଦିରରେ । ମୃତ ବ୍ୟକ୍ତି ହେଲେ ସରୋଜ ପ୍ରଧାନ( ୫୨) । ହତ୍ୟାକାରୀ ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ବୋଲି ଜଣାପଡ଼ିଛି । ପୋଲିସ ହତ୍ୟାକାରୀ ପୂଜକକୁ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ଘଟଣାନୁଯାୟୀ, ତେବେ ହତ୍ୟାକୁ ନେଇ ଆଠଗଡ ଏସଡିପିଓ ରଞ୍ଜନ ରାୟ କହିଛନ୍ତି ଯେ, ‘ସ୍ୱପ୍ନାଦେଶ ପରେ ମନ୍ଦିର ପୂଜାରୀ ଏପରି କରିଥିବା ସ୍ୱୀକାର କରିଛନ୍ତି । ଏଭଳି କଲେ କରୋନା ହଟିବ ବୋଲି ପୂଜାରୀ ସଂସାରୀ ଓଝା କହିଛନ୍ତି । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ମନ୍ଦିର ପୂଜାରୀ ସଂସାରୀ ଓଝା । କଟୁରି ଜବର କରି ଛାନଭିନ୍ କରିବାରେ ଲାଗିପଡିଛି ନରସିଂହପୁର ପୋଲିସ ।

Leave a Reply

Your email address will not be published.