ପିଲାଙ୍କ ଟିଫିନ୍ ପାଇଁ ସ୍ପେଶାଲ ’ମୁଗଡାଲି ପରଠା’; କେମିତି ତିଆରିବେ ପଢ଼ନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ): ଦିନସାରା କାମ କରିକରି ବହୁ ଲୋକ ଥକ୍କି ଯାଆନ୍ତି । ଏହି ସମୟରେ ଛୋଟ ଛୁଆଙ୍କ ଟିଫିନ୍ ଲାଗି କିଭଳି ପୁଷ୍ଟିକର ଖାଦ୍ୟ ତିଆରି କରିବେ, ସେଥିପାଇଁ ମଧ୍ୟ ଅନେକ ଲୋକ ଚିନ୍ତିତ ହୋଇପଡନ୍ତି । କାହିଁକି ନା ପିଲାମାନେ ପ୍ରତିଦିନ ଏକାପରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ।

ଯଦି ଆପଣମାନେ ଏଭଳି ଚିନ୍ତିତ ହେଉଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ ସ୍ଵାସ୍ଥ୍ୟକର ମୁଗଡାଲି ପରଠା । ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହା କିପରି ତିଆରି କରିବେ । ଯାହା ଅପଣଙ୍କ ସମୟ ବ ।ଇବା ସହ ଟେଷ୍ଟି ଖାଇବା ତିଆରି ହୋଇପାରିବ ।

ସାମଗ୍ରୀ-

୧ କପ୍ ମୁଗ ଡାଲି, ୧ କପ୍ ଅଟା, ଅଧା ଚାମଚ ଧନିଆ, କିଛି ଧନିଆ ପତ୍ର, ଅଦା, କ । ଲଙ୍କା, ଗରମ ମସଲା, ହେଙ୍ଗୁ, ଲାଲି ଲଙ୍କା ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ-

ମୁଗ ଡାଲିକୁ ଭଲଭାବେ ଧୋଇ ଦିଅନ୍ତୁ ଏବଂ ପାଖାପାଖି ୨ ଘଣ୍ଟା ଯାଏଁ ଭିଜାଇ ରଖିବା ପରେ ଡାଲିକୁ ହାଲକା ପେଷି ଦିଅନ୍ତୁ । ପରେ ଚକଟା ହୋଇଥିବା ଅଟାରେ ଡାଲି ସହ ଅନ୍ୟ ସାମଗ୍ରୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ ।

ଏହି ମିଶ୍ରଣକୁ କିଛି ସମୟ ପାଇଁ ଛାଡିଦିଅନ୍ତୁ । ପରେ ଏଥିରୁ ପରାଠା ତିଆରି କରନ୍ତୁ । ପରାଠା ପ୍ରସ୍ତୁତ ହେବାପରେ ଆପଣ ଚାହିଁଲେ ଏହାସହ ଦହି, ଆଚାର, ଚଟଣୀ କିମ୍ବା ଅନ୍ୟ ତରକାରୀ ସହ ମଧ୍ୟ ଖାଇପାରିବେ ।

Leave a Reply

Your email address will not be published.

%d bloggers like this: