ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ
ଭଦ୍ରକ, (ଓଡିଶା ଟାଇମ୍) : ଭଦ୍ରକ ସାଂସଦଙ୍କ ସ୍ବାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ ହୋଇଛନ୍ତି । ଟ୍ବିଟ୍ କରି ପୂର୍ବତନ ବିଧାୟକ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ।
ତେବେ ମୁକ୍ତିକାନ୍ତ ମଣ୍ଡଳ ସୁସ୍ଥ ଅଛନ୍ତି ଏବଂ ହୋମ୍ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ସହ କୋଭିଡ୍ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ।