ରେଳମନ୍ତ୍ରୀଙ୍କୁ ଭେଟିଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି, (ଓଡିଶା ଟାଇମ୍): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟରେ ଭେଟି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ବିଭିନ୍ନ ଦାବି ଉପସ୍ଥାପନ କରିଛିନ୍ତି । ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବାଲେଶ୍ଵର ଓ ଜଳେଶ୍ଵର ସମେତ ସମସ୍ତ ରେଳ ଷ୍ଟେସନ୍‍ର ଉନ୍ନତିବିଧାନ ଓ ନବୀକରଣର ପାଇଁ ଅର୍ଥ ମଞ୍ଜୁର ହୋଇଥିବାରୁ ଶିଳାନ୍ୟାସ ପାଇଁ ରେଳମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ପରେ କିଛି ଅଞ୍ଚଳବାସୀଙ୍କ ଦାବି ଯାହାକି ପୂର୍ବରୁ ସେ ପତ୍ରମାଧ୍ୟମରେ ଜଣାଇଛନ୍ତି ସେଗୁଡିକୁ ପୂରଣ କରିବାକୁ ନିବେଦନ କରିଛନ୍ତି ।

ନୀଳଗିରି ଗୋପିନାଥପୁର ପର୍ଯ୍ୟନ୍ତ ପାସେଞ୍ଜର ଗାଡ଼ି ଚଳାଇବାର ବ୍ୟବସ୍ଥା କରିବା, ଦୀର୍ଘ ବର୍ଷଧରି ବନ୍ଦ ହୋଇ ପଡ଼ି ରହିଥିବା ନୀଳଗିରି ସ୍ଲିପର୍‍କୁ ଚାଲୁ କରିବା ସହିତ ଚାକିରି ହରେଇଥିବା ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ପୁନଃନିଯୁକ୍ତି ଦେବା, ବେତନଟୀରୁ ବାଲେଶ୍ଵର ଓ ସୋର ପର୍ଯ୍ୟନ୍ତ ରେଳ ଲାଇନ୍‍ର ଉଭୟ ପାର୍ଶ୍ଵରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ବାମନ ପ୍ରଜାତିର ନଡ଼ିଆ ଚାରା ରୋପଣ କରି ରକ୍ଷଣା ବେକ୍ଷଣ ପାଇଁ ପଞ୍ଚାୟତକୁ ହସ୍ତାନ୍ତର କରିବା ଭଳି ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତାପଙ୍କ ଅନୁରୋଧ ଓ ଦାବି ନିଶ୍ଚୟ ପୂରଣ କରିବେ ବୋଲି କହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *