ଧଉଳି ଶାନ୍ତି ସ୍ତୁପର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦ ସଙ୍କୁଳ ହୋଇପଡିଥିବା ଏବଂ ଧଉଳି ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ଖୁବ୍‌ ଶିଘ୍ର ମରାମତି କରାଯିବା ସହ ଏହାର ଉଚିତ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା ଜଣାପଡିଛି।

କିଛି ଦିନ ତଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ  ଧଉଳି ଶାନ୍ତିସ୍ତୁପର ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିବା ସହ ସେଠାରେ ରହୁଥିବା ବୌଦ୍ଧ ସନ୍ୟାସୀମାନଙ୍କ ସହ ବିସ୍ତୁତ ଭାବେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଧଉଳିର ବିକାଶ ପାଇଁ ୨୦୦୨ ମସିହାରୁ ଧଉଳି ଉନ୍ନୟନ କମିଟି (ଡିଡିସି) ଗଠିତ ହୋଇଥିଲେ ମଧ୍ୟ କମିଟି ଦ୍ବାର ସ୍ତୂପ ଉପେକ୍ଷିତ ହେଉଥିଲା। ଅନ୍ୟପକ୍ଷରେ କଳିଙ୍ଗ ନିପୋନ ସଂଘ ସ୍ତୂପ ମରାମତି ଦାୟିତ୍ବ ତୁଲାଉଥିଲେ ମଧ୍ୟ ଗତ ଫଣି ବାତ୍ୟା ଠାରୁ ଏହା ଉପରେ ଧ୍ୟାନ ଦେଉନଥିଲା। ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦ ସଙ୍କୁଳ ହେବା ନେଇ ‘ସମାଜ’ରେ ସୁରକ୍ଷା ଲୋଡୁଛି ଶାନ୍ତିସ୍ତୂପ ଶୀର୍ଷକ ଖବର ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *