ସାମାଜିକ ଦୂରତା ଭଙ୍ଗ କରି ୧୦୦ ଟଙ୍କା ଜୋରିମାନା ଦେଲେ ସଂସାଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ୧୦୦ ଟଙ୍କା ଜୋରିମାନା ଦେଲେ ସାଂସଦ । ସମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ଜୋରିମାନା ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଦଳୀୟ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୧୦୦ ଟଙ୍କା ଗଣିଛନ୍ତି ସେ । ସୂଚନାଯୋଗ୍ୟ ଯେ, ବୁଧବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଚାଲିଥିବା ସାମାଜିକ ଦୂରତ୍ବ ନିୟମ ଉଲଂଘନ କରି ସାଂସଦ ଦଳୀୟ କର୍ମୀଙ୍କ ସହ ଏକାଠି ମିଳାମିଶା କରିଥିଲେ । କାର୍ଯ୍ୟକ୍ରମ ପରେ ସାମାଜିକ ଦୂରତା ନିୟମ ଉଲଂଘନ କରଥିବା ଅପରାଜିତା ଅନୁଭବ କରିଥିଲେ। ପରେ ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ଆଡୁ ସେ ୧୦୦ ଟଙ୍କା ଜରିମନା ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *