ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ
ଉତ୍ତରପ୍ରଦେଶ, (ଓଡିଶା ଟାଇମ୍) : ଉତ୍ତରପ୍ରଦେଶର ବରିଷ୍ଠ ରାଜନେତା ତଥା ରାଜ୍ୟ ସଭା ସାସଂଦ ଅମର ସିଂଙ୍କର ନିଧନ ହୋଇଛି । ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । ଏହାପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ଥିଲେ । ୨୦୧୬ରେ ସେ ରାଜନୀତିରେ ସକ୍ରିୟ ଥିଲେ ।ତେବେ ଗତ ୭ ମାସ ଧରି ସେ ସିଙ୍ଗାପୁର ସ୍ଥିତ ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶେଷ ସମୟରେ କେବଳ ପତ୍ନୀଙ୍କ ତାଙ୍କ ପାଖରେ ଉପସ୍ଥିତ ଥିଲେ ।
ରାଜନୈତିକ ଜୀବନରେ ଅମରଙ୍କର ଉତ୍ଥାନ ପତନ ଲାଗି ରହିଥିଲା । ଏକଦା ସେ ସମାଜବାଦୀ ପାର୍ଟିର ସବୁଠାରୁ ଟାଣୁଆ ନେତା ଥିଲେ । ତେବେ ସମାଜବାଦୀ ପାର୍ଟିର ନେତୃତ୍ୱ ଅଖିଳେଶ ଯାଦବଙ୍କ ହାତକୁ ଗଲା ପରେ ଅମରଙ୍କ ଗୁରୁତ୍ୱ କମିଥିଲା ।