କୁଖ୍ୟାତ ଅପରାଧୀ ସମ୍ପଦ ରାଜଧାନୀରୁ ଗିରଫ

(ଭୁବନେଶ୍ବର,ଓଡ଼ିଶା ଟାଇମ୍): ରାଜଧାନୀରୁ ଗିରଫ ହେଲା କୁଖ୍ୟାତ ଅପରାଧୀ ସମ୍ପଦ ସାହୁ । କୁଖ୍ୟାତ ସୁପାରୀ କିଲର ସମ୍ପଦ ସାହୁକୁ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ସମୟରେ ଅଭିଯୁକ୍ତ ସମ୍ପଦ ପୋଲିସକୁ ମାଡ଼ ମାରି ଖସି ପଳାଇଯିବାକୁ ଚେଷ୍ଟା କରିଥିଲା   ହେଲେ ଏଥିରେ ସେ ବିଫଳ ହୋଇଛି । ସମ୍ପଦ ସହ ଧସ୍ତାଧସ୍ତି ସମୟରେ ଗୁରୁତର ଆହତ ହେବାରୁ ଅଳ୍ପକେ ବର୍ତିଯାଇଛନ୍ତି ଦୁଇ ସବ ଇନ୍ସପେକ୍ଟର। 

ପୋଲିସକୁ ଦେଖି ସମ୍ପଦ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲା । ଏତିକି ବେଳେ ସମ୍ପଦକୁ କାବି କରୁ ତାଠୁ ବନ୍ଧୁକକୁ ଛଡ଼ାଇ ନେଇଥିଲା ପୋଲିସ । ନୟାପଲ୍ଲୀ ଅଂଚଳର କୌଣସି ବ୍ଯବସାୟୀଙ୍କୁ ହତ୍ଯା କରିବାକୁ ଆସିଥିବା ସନ୍ଦେହ କରାଯାଉଛି। କୋଇଲା ଚୋରାଚାଲାଣରେ ପାର୍ଟନରର ବ୍ଯବସାୟୀକ ଶତୃକୁ ହତ୍ଯା କରିବାକୁ ଚଳାଇଥିଲା ଷଡଯନ୍ତ୍ର। ଅନ୍ଯ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ୨ଟି ବନ୍ଧୁକ ସମେତ ରାଉଣ୍ଡ ଗୁଳି ଜବତ ହୋଇଥିବା ଜାଣିବାକୁ ମିଳିଛି।

Leave a Reply

Your email address will not be published.