ମୋଷ୍ଟ୍ ଓ୍ବାଣ୍ଟେଡ୍ ଗୋବିନ୍ଦ ସାହୁ ଗିରଫ, ଆଖୁ କିଆରୀରେ ଲୁଚିଥିବା ବେଳେ ବାନ୍ଧିଲା ବଲାଙ୍ଗୀର ପୋଲିସ
ବଲାଙ୍ଗିର, (ଓଡିଶା ଟାଇମ୍): ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା । ଏକ ଆଖୁବାଡ଼ିରେ ଲୁଚି ରହିଥିବା ବେଲେ ପୋଲିସ ଧରିଥିବା ନେଇ ସୂଚନା । ରବିବାର ଚକମା ଦେଇ ଟିଟିଲାଗଡ଼ ପୋଲିସ ବାରାକରୁ ଚମ୍ପଟ ମାରିଥିଲା ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପୂର୍ବରୁ ପୋଲିସ ଗୋବିନ୍ଦ ସାହୁକୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।
ସୂଚନାଯୋଗ୍ୟ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ । କିନ୍ତୁ ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ମଧ୍ୟ ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛନ୍ତି ଗୋବିନ୍ଦ ।