ପଞ୍ଜାବରେ ୧୫୦୦ ମୋବାଇଲ ଟାୱାର ଅଚଳ କଲେଣି ଚାଷୀ
ପଞ୍ଜାବ, (ଓଡିଶା ଟାଇମ୍) : ପଞ୍ଜାବରେ ମୋବାଇଲ୍ ଟାୱାରଗୁଡ଼ିକ ଉପରେ ସିଧାସଳଖ କୃଷକ ଆନ୍ଦେ।ଳନର ପ୍ରଭାବ ପଡ଼ୁଛି । ମୋବାଇଲ୍ ଟାୱାର ନଷ୍ଟ କରି ରାଗ ଶୁଝାଉଛନ୍ତି ଚାଷୀ । କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନକୁ ମାସେ ପୁରି ଦ୍ୱିତୀୟ ମାସ ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ପଞ୍ଜାବରେ ୧୫୦୦ରୁ ଅଧିକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେ।ଇସାରିଛି ।
ଅନେକ ମୋବାଇଲ ଟାୱାରରୁ ବିଦ୍ୟୁତ ସରବରାହ କାଟି ଦିଆଯାଇଛି ତ , ଆଉ କେତେକ ସ୍ଥାନରେ ତାରକୁ ଜଳାଇ ଦିଆଯାଇଛି । ଅମ୍ବାନୀକୁ ବିରେ।ଧ କରି ପଞ୍ଜାବର ଅନେକ ସ୍ଥାନରେ ରିଲାଏନ୍ସ ଜିଓର ଟାୱାରକୁ ନଷ୍ଟ କରିଦେଇଛନ୍ତି କୃଷକ। କେତେକ କ୍ଷେତ୍ରରେ ଚାଷୀମାନେ ଜିଓର ଫାଇବର କେବୁଲରେ ମଧ୍ୟ ନିଆଁ ଲଗାଇଦେଇଥିବାର ଜଣାପଡିଛି । ଆଉ ଏହାଦ୍ୱାରା ଦୂରସଂଚାର ସମ୍ପର୍କ ବ୍ୟବସ୍ଥାରେ ବାଧା ଉପୁଜିଛି । ଏହା ପୂର୍ବରୁ କୃଷକମାନେ କୃଷି ଆଇନକୁ ବିରେ।ଧ କରିବାକୁ ଯାଇ ରିଲାଏନ୍ସ ପେଟ୍ରେଲ ପମ୍ପ ଓ ରିଲାଏନ୍ସ ରିଟେଲ ଗୁଡ଼ିକ ନଷ୍ଟ କରିଥିବାର ଅଭିଯେ।ଗ ଆସିଥିଲା ।
ଏବେ ସୁଦ୍ଧା ୧୫୦୦ରୁ ଅଧିକ ମୋବାଇଲ ଟାୱାରକୁ ଚାଷୀମାନେ ନଷ୍ଟ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ୧୭୬ ରୁ ଅଧିକ ଟେଲିକମ୍ ଟାୱାର ନଷ୍ଟ ହୋଇଯାଇଛି । ଗତ କିଛି ଦିନ ଭିତରେ ପଞ୍ଜାବରେ ମୋବାଇଲ୍ ଟାୱାରର ବିଜୁଳି ତାର କଟିବା ପରି ଘଟଣା ସବୁ ଘଟୁଛି । ତେବେ ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏସବୁ କରିବା ଦ୍ୱାରା କ’ଣ ଲାଭ ପାଉଛନ୍ତି କୃଷକ । ନୂତନ କୃଷି ଆଇନ୍ ରୁ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପପତିମାନେ ଉପକୃତ ହେବେ ବୋଲି ଚାଷୀମାନେ ଭାବୁଛନ୍ତି । ଆଉ ଏଥିପାଇଁ କୃଷକମାନେ ଏହି କମ୍ପାନୀ ଗୁଡ଼ିକର ଉତ୍ସ ଉପରେ ନିଜର ବିରକ୍ତ ଓ କ୍ରୋଧକୁ ପ୍ରକାଶ କରୁଛନ୍ତି ।