ଜୁନ୍‌ ୩ରେ କେରଳ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଜୁନ୍ ୧ ବଦଳରେ ଜୁନ୍ ୩ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। ଚଳିତ ବର୍ଷ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇ ଦିନ ବିଳମ୍ବରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡିର ସୂଚନା ଅନୁସାରେ ଆସନ୍ତା ଜୁନ ୩ ତାରିଖ ସୁଦ୍ଧା କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକ ଉପକୂଳରେ ସୃୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମୌସୁମୀ ଆସିବା ରାସ୍ତାରେ ବାଧା ସୃଷ୍ଟି କରୁଥିବାରୁ ସ୍ୱାଭାବିକ ସମୟଠାରୁ ମୌସୁମୀ ଆଗମନରେ ବିଳମ୍ବ ହେଉଛି।

ତେବେ ଜୁନ ପହିଲାରୁ ମୌସୁମୀ ଶକ୍ତିଶାଳୀ ହେବ ଏବଂ ଏହାର ପ୍ରଭାବରେ କେରଳରେ ବର୍ଷା ହେବା ସମ୍ଭାବନା ରହିଛି। ଏହାର ପରବର୍ତ୍ତି ୫ ଦିନ ବେଳକୁ ବର୍ଷାର ପ୍ରଭାବ ବଢ଼ିବ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବା ନେଇ IMD ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *