କେରଳ ଛୁଇଁଲା ମୌସୁମୀ
ଭୁବନେଶ୍ବର, (ଓଡିଶା ଟାଇମ୍) : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗର ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି । ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି । ଚଳିତ ଥର ବାତ୍ୟା ‘ଅମ୍ପନ୍’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍ ୧ ରୁ ୫ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଏଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍ ପହିଲାରେ ହିଁ କେରଳକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।
ଏହାର ପ୍ରଭାବରେ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି । କେରଳରେ ପ୍ରବଳ ବର୍ଷା ସାଙ୍ଗକୁ ଆଇଏମଡି ୯ଟି ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି ହୋଇଛି । ପାଣିପାଗ ବିଭାଗ କେରଳର ଥରୁବନନ୍ତପୁରମ୍, ପଠାନମଥିଟ୍ଟା, କୋଲୋମ୍, ଆଲାପୁଝା, କୋଟ୍ଟାୟକ,ଏର୍ନାକୁଲମ, ଇଡୁକି , କନ୍ନୁର ଓ ମଲାପୁରମ ଜିଲ୍ଲାକୁ ୟେଲୋ ୱଣ୍ଣିଂ ଆଲର୍ଟ କରାଯାଇଛି ।