ଦୁଇ ଦିନ ପୂର୍ବରୁ ମୌସୁମୀ ଛୁଇଁଲା କେରଳ : ସ୍କାଏମେଟ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦୁଇ ଦିନ ପୂର୍ବରୁ ମୌସୁମୀ ଛୁଇଁଲା କେରଳ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଛି । ସ୍କାଏମେଟ ଦ୍ୱାରା ଏନେଇ ସୂଚନା ଦିଆଯାଇଛି।
ସ୍କାଏମେଟ କହିଛି ଯେ ଜୁନ୍ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମୌସୁମୀ ଅବତରଣ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ହଠାତ୍ ପହଁଚିଛି । ଚାରିମାସର ବର୍ଷା ଋତୁ ଆରମ୍ଭ ତାରିଖ ପୂର୍ବରୁ ଏହା କେରଳରେ ପହଞ୍ଚିଛି । ମୌସୁମୀ ଆସିଲେ ସାଧାରଣ ଭାବେ ବର୍ଷା ହେବା, ପବନର ବେଗ ଅଧିକ ହେବା ଆଦି ବିଭିନ୍ନ ପାଣିପାଗ ସମ୍ବନ୍ଧୀୟ ପରିବର୍ତ୍ତନ ଦେଖାଯାଇଥାଏ । ଶେଷରେ, ଭାରତୀୟଙ୍କ ପାଇଁ ୪ ମାସର ବର୍ଷା ପର୍ବ ଆରମ୍ଭ ହୋଇଯାଇଛି । ଆଜି ମୌସୁମୀ ଆସିବାପରେ ଏକ ଟ୍ୱିଟର ପୋଷ୍ଟରେ ସ୍କାଏମେଟ କହିଛି ହାପି ମନସୁନ୍ ।