ଜନ୍ତାରେ ପଡିଲା ଉତ୍ପାତିଆ ହନୁ ମାଙ୍କଡ଼

ଭୁବନେଶ୍ବର, (ଓଡିଶା ଟାଇମ୍) : ବନ ବିଭାଗର ଯନ୍ତାରେ ପଡ଼ିଲା ଉତ୍ପାତ ମଚାଇଥିବା ହନୁ ମାଙ୍କଡ । ବାଲିପାଟଣା ଛକ ଠାରୁ ବାଲିପାଟଣା ହାଟ ପର୍ୟ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ହନୁ ମାଙ୍କଡଟି ଆତଙ୍କ ସୃଷ୍ଟି କରୁଥିଲା । ବିଶେଷ କରି ଟ୍ରାକ୍ଟର ଡ୍ରାଇଭରଙ୍କୁ ଟାଗ୍ରେଟ୍ କରି ହନୁ ମାଙ୍କଡ଼ଟି ଆକ୍ରମଣ କରୁଥିଲା ।

ବାଲିପାଟଣା ଅଞ୍ଚଳରେ ହନୁ ଆକ୍ରମଣରେ ଅନେକ ଲୋକ ଲହୁଲୁହାଣ ହୋଇଛନ୍ତି । ପ୍ରାୟ ତିନି ମାସ ହେବ ହନୁଟି ଆତଙ୍କ ସୃଷ୍ଟି କରୁଥିଲା । ହନୁ ମାଙ୍କଡଟିକୁ ଧରିବା ପାଇଁ ଆଜି ବାଲିପାଟଣା ବନାଞ୍ଚଳ ଉପଖଣ୍ଡ ପକ୍ଷରୁ ଏକ ଯନ୍ତା ବସାଯାଇଥିଲା । ଯେଉଁଥିରେ ହନୁ ମାଙ୍କଡଟି ଫସି ଯାଇଥିଲା । ମାଙ୍କଡଟି ଧରାଯିବା ପରେ ଟ୍ରାକ୍ଟର ଡ୍ରାଇଭର୍ ସହ ସ୍ଥାନୀୟ ଅଂଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଏହି ମାଙ୍କଡ ଟିକୁ ଅନ୍ୟ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ କର୍ମଚାରୀ ସୂଚନା କରିଛନ୍ତି ।

Leave a Reply

Your email address will not be published.