୩୮ ମାଙ୍କଡ଼ଙ୍କୁ ନୃଶଂସ ହତ୍ୟା: ବିଷ ଦେଲେ, ଅଖାରେ ଭର୍ତ୍ତି କରି ପ୍ରବଳ ପିଟିଲେ
କର୍ଣାଟକ, (ଓଡିଶା ଟାଇମ୍) : କର୍ଣ୍ଣାଟକର ହାସନ୍ ଜିଲାରେ ୩୮ଟି ମାଙ୍କଡ଼ଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ବସ୍ତାରେ ଭର୍ତ୍ତି ସେମାନଙ୍କ ମୃତଦେହ ଚୋୱାନାହାଲିଠାରୁ ଜବତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାନୁଯାୟୀ ଦୁର୍ବୃତ୍ତମାନେ ୫୦ରୁ ଅଧିକ ମାଙ୍କଡ଼ଙ୍କୁ ବିଷ ଦେଇଥିଲେ। ସେମାନେ ଅଚେତ ହେବା ପରେ ବସ୍ତାେର ଭର୍ତ୍ତିକରି ପ୍ରବଳ ପିଟିଥିଲେ। କିଛି ଗ୍ରାମବାସୀ ସେମାନଙ୍କୁ ଉଦ୍ଧର କରିଥିଲେ। ସେମାନଙ୍କ ମଧ୍ୟରୁ ୩୮ମାଙ୍କଡ଼ଙ୍କର ମୃତ୍ୟୁ ହୋଇଥିଲାବେଳେ ଅବଶିଷ୍ଟ ଅସୁସ୍ଥଙ୍କ ଚିକିତ୍ସା ଚାଲିଛି। ୨୦ମାଙ୍କଡ଼ ଏବେ ଚିକିତ୍ସାଧୀନ ଥିବା ପ୍ରକାଶ। ଜଙ୍ଗଲ ବିଭାଗ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।